ଖୋର୍ଦ୍ଧା(ସଂଘର୍ଷ ମିଡିଆ) : – ଓଡିଶା ସଂସ୍କୃତି ଦିନକୁ ଦିନ ଲୋପ ପାଇବାରେ ଲାଗିଲାଣି ଯାହାକି କିଛି ଯୁବତୀ ପଇସା ଲୋଭରେ ନିଜ ନାମ ପାଇଁ ନିଜ ଦେହକୁ ଦେଖେଇ ବାରେ ପଛାଉ ନାହାନ୍ତି l ସେମାନେ ଜାଣିବା ଦରକାର ସେହି ନୃତ୍ୟ ସେମାନେ ଭଲ ପୋଷାକ ପିନ୍ଧି କି ବି ନାଚି ପାରିବେ l କିନ୍ତୁ ଏହିମାନେ ଖୁଲମ ଖୁଲା ନଗ୍ନତାର ପରିଚୟ ଦେଉଛନ୍ତି l ଏହାକୁ ଦୃଷ୍ଟି ଆଗରେ ରଖି ଆଜି ଇଣ୍ଟେରନେସନାଲ ହ୍ୟୁମାନ ରାଇଟ୍ସ କମିଶନର ଓଡିଶା ରାଜ୍ୟସଭାପତି ଡା ଶିବସୁନ୍ଦର ସ୍ୱାଇଁ,ଯୁଗ୍ମ ନିର୍ଦ୍ଦେଶକ ଇଂ ଶଶାଙ୍କ ଶେଖର ପଣ୍ଡା ଓ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ନାରାୟଣ ସାହୁ, ଜିଲ୍ଲା ଭାଇସ ପ୍ରେସିଡେଣ୍ଟ ବଚନ୍ଦନ ଅଗ୍ରୱାଲ ଓ ଦେବାଶିଷ ମହାନ୍ତି ପ୍ରମୁଖ ଦାବି ପତ୍ର ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦେଖା କରି ଏହି ଅଶ୍ଳୀଳ ନୃତ୍ୟ ବନ୍ଦ କରିବା ସହ ଯେଉଁ ଆୟୋଯୋଗ ଏମାନଙ୍କୁ ପ୍ରଶୟ ଦେଉଛନ୍ତି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି l