ଅଳ୍ପକେ ବର୍ତିଲା ତିନି ବର୍ଷର ଶୁଭମ୍ ଓ ଦୁର୍ଘଟଣାରେ ୨ ଯୁବକ ଗୁରୁତର

15

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ବାବାଜୀଗୁଡା ଗ୍ରାମ ଠାରେ ମଟର ସାଇକଲ ଦୁର୍ଘଟଣା ଯୋଗୁ ଦୁଇ ବ୍ୟକ୍ତି ଗୁରୁତର ହୋଇ ପଡ଼ିଛନ୍ତି ଏହା ସଙ୍ଗେ ଅଳ୍ପରେ ବର୍ତିଲା ୩ ବର୍ଷର ଛୁଆ ।ସୂଚନା ଅନୁଯାୟୀ ବାବାଜିଗୁଡା ଗ୍ରାମ ରେ ରହୁଥିବା ମଦନ ଗୌଡ (୩୫)ଓ ଡମ୍ବରୁ ଗୌଡ(୩୩) ଦୁହେଁ କୌଣସି କାମ ପାଇଁ ହିର୍ଲି ଗ୍ରାମ ଯାଇଥିଲେ ଓ ବୁଧବାର ଦିନ ସକାଳ ୮ ଘଣ୍ଟା ସମୟରେ ଗ୍ଲାମର୍ ବାଇକ୍ ସହ ଘରକୁ ଫେରୁଥିଲେ ।ଏହି ସମୟରେ ବାବାଜିଗୁଡା ଗ୍ରାମରେ ରହୁଥିବା କୃଷ୍ଣ ବିଶିଙ୍କ ୩ ବର୍ଷର ପୁଅ ଶୁଭମ୍ ବିଶି ନିଜ ଘର ସମୁଖରେ ଖେଳୁ ଥିଲା ,ସେହି ସମୟରେ ବାଇକ୍ ଦୁର୍ଘଟଣା ଘଟିଥିଲା ।ଏହା ଦ୍ବାରା ତିନି ବର୍ଷର ଛୁଆ ଅଳ୍ପରେ ବର୍ତିଯାଇ ସାମାନ୍ୟ ଆଘାତ ଲାଗିଛି। ଆଉ ଦୁହେଁ ମଦନ ଗୌଡଙ୍କ ମୁଣ୍ଡ , ଗୋଡ଼ରେ ଆଘାତ ବାଜିଛି ଓ ଡମ୍ରୁ ଗୌଡଙ୍କ ମୁଁହରେ ମାଡ଼ ବାଜିଛି , ଦୁହିଙ୍କୁ ବାବାଜିଗୁଡ଼ାର ସ୍ଥାନୀୟ ଲୋକଙ୍କ ସହାୟତାରେ ପାପଡାହାଣ୍ଡି ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତି କରିଥିଲେ। ଡକ୍ଟର ଚିକିତ୍ସା ଉପଚାର କରିବା ଦ୍ବାରା ଦୁଇ ଜଣଙ୍କ ସ୍ଵାସ୍ଥ୍ୟବସ୍ତା ଖରାପ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ତାନ୍ତରିତ କରାଯାଇଥିଲା ।ନବରଙ୍ଗପୁର ଜିଲ୍ଲାରୁ ରବି ନରୟଣ୍ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More