ହରିଚନ୍ଦନପୁର(ସଂଘର୍ଷ ମିଡିଆ) : – ଶୀତର ସ୍ପର୍ଶରେ ଖେଳି ଉଠିଛି ପ୍ରକୃତି ରାଣୀ’ । ଅଳସ ଭାଙ୍ଗୁ ଥିବା ଅଳସୀ ଫୁଲ। ସତେ ଯେମିତି ସୁନାର ସ୍ପର୍ଶରେ ହଳଦି ରଙ୍ଗରେ ଉଢ଼ଣି ଦେଇ ସଜେଇ ହେଇଛି କ୍ଷେତ । କଥାରେ ଅଛି ଚାଷ ଅଛି ଯାହାର କି ଆନନ୍ଦ ତାହାର, ଦିନ ଥିଲା ଚାଷ ପଦ୍ଧତି ଜାଣିବାକୁ ଏଣେତେଣେ ବୁଲୁଥିଲେ ହେଲେ ଆଜି ଅଣପାରମ୍ପରିକ ଚାଷକୁ ଆପଣାଇ ଜିଲ୍ଲାର ଜଣେ ସଫଳ ଚାଷୀ ହେବା ସହିତ ଭଲ ପ୍ରଶିକ୍ଷକ ଭାବେ ବେଶ ପରିଚୟ ସୃଷ୍ଟି କରିପାରିଛନ୍ତି। ଏମିତି ଜଣେ ସଫଳ ଚାଷୀ ହେଉଛନ୍ତି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଠାକୁରପଡ଼ା ପଞ୍ଚାୟତ କପ୍ତିପଦା ଗ୍ରାମର ମହେଶ୍ବର ମହାନ୍ତ । ପୂର୍ବରୁ ମହୁ ଚାଷ ସହିତ ତୁଳସୀ ଚାଷ କରି ବେଶ ଚର୍ଚ୍ଚାର ଥିବା ବେଳେ ଏବେ ନୂତନ ଭାବେ ଅଳସୀ ଚାଷକୁ ଆପଣାଇଛନ୍ତି । ଅନ୍ୟପଟେ ଚାଷୀ ତୁଳସୀ ଓ ପାମାରୁଜା ଅମଳ ପରେ ପେଡ଼ିବାକୁ ସୁଦୂର ତେଲକୋଇ ବ୍ଲକ ଯାଇ ଅନେକ ଅସୁବିଧାର ଶିକାର ହେଉଥିବାରୁ ହରିଚନ୍ଦନପୁର ଅଞ୍ଚଳରେ ତେଲ ପେଡା ମେସିନ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି। ନିଜ ଅଞ୍ଚଳର ଲୋକଙ୍କୁ ରୋଜଗାରକ୍ଷମ କରିବା ଲକ୍ଷ୍ୟ ରଖିଥିବା କହନ୍ତି ମହେଶ୍ବର ମହାନ୍ତ ।