ଅଲ ଓଡିଶା ଇପିଏଫ ପେନସନର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

18

Get real time updates directly on you device, subscribe now.

ନବରଙ୍ଗପୁର— ନବରଙ୍ଗପୁର ଜିଲା ଅଲ ଓଡିଶା ଇପିଏଫ ପେନସନର ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ନବରଙ୍ଗପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଜିଲ୍ଲା ଶାଖାର ସଭାପତି ଈଶ୍ଵର ରାଉତ ଓ ଜିଲ୍ଲା ସମ୍ପାଦକ ଲଚମନ ପାଇକଙ୍କ ନେତ୍ରୁତ୍ଵରେ ଓଡିଶା ଉଠା ଜଳ ସେଚନରେ କାମ କରୁଥିବା ଅବସରପ୍ରାପ୍ତ କର୍ମଚାରୀ ଏଓପିଏଫଓ ପେନସନ ଭୋଗୀମାନେ ଜିଲ୍ଲାପାଳଙ୍କ କାର୍ଜ୍ୟାଳୟରେ ଜିଲ୍ଲାପାକଙ୍କୁ ଭେଟି ଅବସର ପ୍ରାପ୍ତ କର୍ମଚାରୀଙ୍କୁ ମାସିକ ଭତ୍ତା ୯୦୦୦ ଟଙ୍କା ପ୍ରଦାନ କରିବା, ସୁପ୍ରିମକୋର୍ଟ ନିର୍ଦେଶାନୁଯାୟୀ ବର୍ଧିତ ପେନସନ ପ୍ରଦାନ କରିବା, ସମସ୍ତ ପେନସନ ଭୋଗୀଙ୍କୁ ଚିକିତ୍ସା ଭତ୍ତା ତଥା ଆୟୁଷମାନ ଭାରତ ଯୋଜନାରେ ସାମିଲ କରିବା,ମାଗଣା ଚିକିତ୍ସା ସୁବିଧା ପେନସନ ଭୋଗୀଙ୍କୁ ବରିଷ୍ଠ ନାଗରିକଙ୍କୁ ସାମାଜିକ ସୁବିଧା ସୁଯୋଗ ଯୋଗାଇ ଦେବା ପ୍ରଭ୍ରୁତି ବିଷୟରେ ଅବଗତ କରାଇ ନବରଙ୍ଗପୁର୍ ଜିଲ୍ଲାପାଳଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଥିଲା।ଉକ୍ତ ଦାବିପତ୍ର ପ୍ରଦାନ ବେଳେ ସଙ୍ଘର ସଭାପତି ଈଶ୍ଵର ରାଉତ,ସମ୍ପାଦକ ଲଚମନ ପାଇକ,ଶଶୀ ଭୁଷଣ ପାଣିଗ୍ରାହୀ,ରମେଶ ଚନ୍ଦ୍ର ଦାସ,ଲକ୍ଷ୍ମଣ ପରିଡା,ପ୍ରଶାନ୍ତ କୁମାର ଗଛାୟତ,ମଦନ କୁମାର ଖୋରାଟୀ,ମୁରଲିଧର ବିଶୋଇ,ଚନ୍ଦ୍ର ଶେଖର ମାଳି,ଶ୍ୟାମ ସୁନ୍ଦର ମାଳି,ଦୁଲଭ ଭତ୍ରା,ବାସୁଦେବ ପାଇକ ପ୍ରମୁଖ ବହୁ ସଦସ୍ୟ ଉପସ୍ତିତ ରହି ଥିଲେ।ଯଦି ସଙ୍ଘର ଦାବି ପୁରଣ ନ ହୁଏ,ତେବେ ଆଗାମି ଦିନରେ ଆନ୍ଦୋଳନ ଜୋରଦାର ହେବବୋଲି ଚେତାବନୀ ଦେଇଛନ୍ତି। ନବରଙ୍ଗପୁର ଜିଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More