ଖୋର୍ଦ୍ଧା(ସଂଘର୍ଷ ମିଡିଆ) : ୨୦୦୨ ମସିହାରେ ଗୁଜୁରାଟରେ ସାଂପ୍ରତିକ ନରସଂହାରର ତାଣ୍ଡବଲୀଳା ଚାଲିଥିଲା ବେଳେ ଏକ ଅତ୍ୟନ୍ତ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଥିଲା । ଯେଉଁଥିରେ ଦଙ୍ଗାକାରୀମାନେ ୫ ମାସର ଗର୍ଭବତୀ ବିଲକିସ ବାନୋଙ୍କୁ ବଳାତ୍କାର କରିଥିଲେ ଏବଂ ତାଙ୍କ ଆଖି ଆଗରେ ତସଙ୍କର ୩ ବର୍ଷର ଝିଅକୁ ପଥରରେ ଛେଚି ହତ୍ୟା କରିବା ସହିତ ତାଙ୍କ ପରିବାରର ୭ ଜଣ ସଦସ୍ୟଙ୍କ ସହ ୧୪ ଜଣକୁ ହତ୍ୟା କରିଥିଲେ । ପରବର୍ତ୍ତୀ ସମୟରେ ୨୦୦୮ ମସିହାରେ ସିବିଆଇ ଅଦାଲତ ୧୧ ଜଣ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଦେଇଥିଲେ । କିନ୍ତୁ ଏବେ ସେମାନଙ୍କୁ ବେଲରେ ଜମିନି ମିଳିଥିବାରୁ ଏହି ମହିଳାଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ସୃଷ୍ଟି ହେଇଛି। ଯାହା ଫଳରେ ସେମାନେ ରାଜମହଲ ଛକରେ ଏକ ପ୍ରତିବାଦ ସଭା କରିବା ସହିତ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ ଙ୍କ ଉଦେଶ୍ୟରେ ଓଡ଼ିଶାର ରାଜ୍ୟପାଳଙ୍କୁ ଡାବିପତ୍ର ଦେଇଥିଲେ। ଖୋର୍ଦ୍ଧାରୁ ବିରେନ କୁମାର ସାହୁଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ ।