ଅଲେଖ ମହିମା ଧର୍ମ ସଭା ଅନୁଷ୍ଠିତ

33

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ଉମରକୋଟ ସହର ସ୍ଥିତ ଅଲେଖ ମନ୍ଦିର ଆଶ୍ରମ ଠାରେ ଅଲେଖ ମହିମା ଧର୍ମ ସଭା ଅନୁଷ୍ଟିତ ହୋଇଯାଇଛି l ଏହି ଅବସରରେ ସାଧୁ ଡମୁ ଦାସଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ପୋଡ଼ାଗଡର ମୁଖ୍ୟ ମଠାଧିସ ବ୍ରହ୍ମ ଅବଧୂତ ଇନ୍ଦ୍ରମଣି ବାବା ଯୋଗଦାନ କରି ମହିମା ଧର୍ମର ଇତିହାସ ସମ୍ବନ୍ଧରେ ଉଦ୍ ବୋଧନ ଦେଇଥିଲେ l ଧର୍ମ ସଭା ପ୍ରାରମ୍ଭରେ ବ୍ରହ୍ମଲୀନ ଅବଧୂତ ଧନୁର୍ଜୟ ବାବାଙ୍କ ଅମର ଆତ୍ମାର ସଦ୍ ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ଏବଂ ବାବାଙ୍କର ଅଧୁରା କାର୍ଯ୍ୟକୁ ପୂରଣ କରିବା ନିମନ୍ତେ ସମସ୍ତେ ସହଯୋଗ କରିବାକୁ ନିଷ୍ପତ୍ତି ନିଆଯାଇ ଥିଲା l ଅନ୍ୟତମ ଅତିଥି ସାଧୁ ପ୍ରକାଶ ଦାସ, ସାଧୁ ଭରତ ଦାସ, ମହିମା ଗୋସେଇଁ ପାଠାଗାର ଅଲେଖ ଆଶ୍ରମ ସମ୍ପାଦକ ଶରତ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ଅଲେଖ ମହିମା ଧର୍ମର ବଡ ଭାଇ ,ଅଧିକାରୀ ଓଡିଶା ଛତିଶଗଡରୁ ଏକ ହଜାରରୁ ଉର୍ଦ୍ଧ୍ବ ଭକ୍ତ ବୃନ୍ଦ ଯୋଗ ଦେଇଥିଲେ l ଟହଲିଆ ମିଶ୍ର ଭକ୍ତ,ମନବୋଧ ଭକ୍ତ,ଅର୍ଜୁନ ଭକ୍ତ,ଦୁର୍ବଳ ଭକ୍ତ,ହରି ଭକ୍ତ,ଗୁରୁବାରୁ ଭକ୍ତ,ଆଶ୍ରମ ପୂଜାରୀ ସିନ୍ଧୁ ଦାସ ପ୍ରମୂଖ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More