ଅଲିଭ ରିଡଲେଙ୍କ ସୁରକ୍ଷା ନିମନ୍ତେ ଅସ୍ତରଙ୍ଗ ବେଳାଭୂମି ସଫେଇ

41

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ନିକଟରେ ଯାଇଛି ବନ୍ୟା | ବନ୍ୟା ପରେ ପରେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା , ପ୍ଲାଷ୍ଟିକ ଆଦି ବର୍ଜ୍ୟବସ୍ତୁ ରେ ବିପର୍ଯ୍ୟସ୍ତ ଅବସ୍ଥାରେ ପୁରୀ ଅସ୍ତରଙ୍ଗ ର ବେଳାଭୂମି | ନିର୍ଦ୍ଧିଷ୍ଟ ଭାବରେ ବିରଳ ପ୍ରଜାତିର କଇଁଛ ଙ୍କ ସମୂହ ଅଣ୍ଡାଦାନ ସ୍ଥଳୀ ଅସ୍ତରଙ୍ଗ ଅଞ୍ଚଳର ଦେବୀ ହୋଇଛି ବିପର୍ଯ୍ୟସ୍ତ | ଆଗକୁ ନଭେମ୍ବର ମାସ, ଅଣ୍ଡାଦାନ ଋତୁ | ପ୍ରାୟ ୧୮ ରୁ ୨୦ କିମି ଦୀର୍ଘ ଅଣ୍ଡାଦାନ ସ୍ଥଳୀ ଏବେ ପ୍ଲାଷ୍ଟିକ ଓ ଆବର୍ଜନା କବଳରେ | ଓଡ଼ିଶାର ଋଷିକୁଲ୍ୟା, ଗହୀରମଥା ସହ ଦେବୀ ଅନ୍ୟଏକ ପ୍ରମୁଖ ଅଣ୍ଡାଦାନ ସ୍ଥଳୀ ଅଟେ | ତେଣୁ ଏହାର ପରିସଂସ୍ଥା କୁ ପୁନରୁଦ୍ଧାର କରିବା ପାଇଁ ଆରମ୍ଭ ହୋଇଛି ମିଶନ “ଦେବୀ କଚ୍ଛପ କଲ୍ୟାଣମ୍ ” | ଓଡ଼ିଶାର ଅଗ୍ରଣୀ ପରିବେଶ ସୁରକ୍ଷା ସଂଗଠନ ଓଡ଼ିଶା ପର୍ଯ୍ୟାବରଣ ସଂରକ୍ଷଣ ଅଭିଯାନ ଟ୍ରଷ୍ଟ ତରଫରୁ ଏକ ବେଳାଭୂମି ସଫେଇ କାର୍ଯ୍ୟକ୍ରମ କରି ଆସନ୍ତା ଅଣ୍ଡାଦାନ ଋତୁ ପୂର୍ବରୁ ବେଳାଭୂମି ପରିସଂସ୍ଥା କୁ ସଜାଡିବା ପ୍ରୟାସ ଆରମ୍ଭ କରିଛି ଏହି ଟ୍ରଷ୍ଟ | ଟ୍ରଷ୍ଟ ର ୭ ଜଣ ସଦସ୍ୟ ବେଳାଭୂମିରେ ଏକ ପୂର୍ଣ୍ଣ କାଳୀନ ମାସିକିଆ କ୍ୟାମ୍ପ କରି ଏହି ଦୀର୍ଘ ଅଣ୍ଡାଦାନ ସ୍ଥଳୀ କୁ ଭାଗ ଭାଗ କରି ସଫେଇ କାର୍ଯ୍ୟ ଜାରି ରଖିଛନ୍ତି | ବିଗତ ଦିନ ମାନଙ୍କରେ ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ପରେ କୁଢ଼ କୁଢ଼ ଅଳିଆ ବେଳାଭୂମି କୁ କ୍ଷତିଗ୍ରସ୍ତ କରି ଅଣ୍ଡାଦାନ ରେ ବାଧାପ୍ରାପ୍ତ ହୋଇଛି ତେଣୁ ଆବର୍ଜନା ଜମି ରହିଲେ ବିରଳ ଅଲିଭ ରିଡଲେ ଙ୍କ ଅଣ୍ଡାଦାନ ରେ ବାଧାପ୍ରାପ୍ତ ଓ ଆଗାମୀ ବର୍ଷ ମାନଙ୍କରେ ପ୍ରଭାଵ କୁ ଏଡ଼ାଇବା ପାଇଁ ଏହି ଅତ୍ୟାବଶ୍ୟକ ପଦକ୍ଷେପ ହାତକୁ ନିଆଯାଇଛି ବୋଲି କହିଛନ୍ତି ସଂଗଠନ ର ଟ୍ରଷ୍ଟି ସୌମ୍ୟ ରଂଜନ ବିଶ୍ବାଳ | ଅଲିଭ ରିଡଲେ ଙ୍କ ସୁରକ୍ଷା ଓ ଏହାର ବେଳାଭୂମି ପରିସଂସ୍ଥା ସୁରକ୍ଷା ପାଇଁ ସଂଗଠନ ୨୦୧୪ ରୁ କାର୍ଯ୍ୟ କରିଆସୁଛି ତେଣୁ ଆଗାମୀ ଦିନରେ ଏହି କାର୍ଯ୍ୟ ଜାରି ରହିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More