ଅଲାଣ୍ଡୋ ପ୍ରାଥମିକ କୃଷି ସମବାୟ ସମିତିରେ କୋଭିଡ଼ି ନିୟମ ଉଲ୍ଲଂଘନ,ନାଁ ପଞ୍ଜିକରଣ ବେଳେ ଚାଷୀଙ୍କ ମଧ୍ୟରେ ହୋ ହାଲ୍ଲା

34

Get real time updates directly on you device, subscribe now.

ବିରିଡି (ସଂଘର୍ଷ ମିଡିଆ ) : ବିରିଡି ବ୍ଲକ ଅନ୍ତର୍ଗତ ଅଲାଣ୍ଡୋ ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀଙ୍କ ଅସମ୍ବାଳ ଭିଡ଼ ଦେଖିବାକୁ ମିଳିଛି।ଧାଡିରେ ରହି ଚାଷୀଙ୍କ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିବା ବେଳେ ସରକାରଙ୍କ କୋଭିଡ଼ି-୧୯ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଥିଲା।ଶହ ଶହ ଚାଷୀ ସମାଜିକ ଦୂରତା ନିୟମକୁ ଉଲ୍ଲଙ୍ଘନ କରି ଭିଡରେ ଛିଡା ହୋଇଥିଲେ।ସମ୍ପୁକ୍ତ ସମବାୟ ସମିତିର କର୍ମକର୍ତ୍ତାମାନେ ରାତିଅଧିଆ ବହୁ ଚାଷୀଙ୍କ ଦରଖାସ୍ତ ରଖି ଆଗୁଆ ନାମ ପଞ୍ଜିକରଣ କରିଛନ୍ତି ବେଲି ଅଭିଯୋଗ ହୋଇଛି।ଅଭୟ କୁମାର ଜେନା, ପ୍ରଶାନ୍ତ ରାଉତ,ଗଣେଶ ଜେନା, ବିଜୟ କୁମାର ରାଉତ,ରବୀନ୍ଦ୍ର କୁମାର ଜେନା, ଶୁଭ୍ରଜିତ ଉତ୍ତରାୟ,ସୁକଦେଵ ପ୍ରଧାନ, ଅକ୍ଷୟ ଜେନା, ସଞ୍ଜୟ ରାଉତ,ପ୍ରମୁଖ ଅନେକ ଚାଷୀ ଅଭିଯୋଗ କରିଛନ୍ତି।ଏହାକୁ କେନ୍ଦ୍ର କରି ସମିତି ଆଗରେ ଠେଲାପେଲା ଓ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା।୧ମାସ ପର୍ଯ୍ୟନ୍ତ ଚାଷୀ ନିକଟସ୍ଥ କୃଷି ସମବାୟ ସମିତିରେ ନାମ ପଞ୍ଜିକୃତ କରିବାକୁ ସରକାରଙ୍କ ତରଫରୁ କୁହାଯାଥିବା ବେଳେ,କାହିଁକି ସଂପୃକ୍ତ କୃଷି ସମବାୟ ସମିତିର ସମ୍ପାଦକ ଚାଷୀଙ୍କୁ କାହିଁକି ସଚେତନତା କରାଉନାହାନ୍ତି।ଖବର ପାଇଁ ବିରିଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ଆୟତ୍ତକୁ ଆଣିଥିଲେ।ବିରିଡିରୁ ରାଖଲ ମଲ୍ଲିକ୍ ଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More