ନବରଙ୍ଗପୁର(ସଂଘର୍ଷ ମିଡିଆ ) : -ଏଭଳି ଏକ ଗରିବ ପରିବାର ଯାହାଙ୍କ ଦୁଃଖ କହିଲେ ନସରେ, ଗରିବୀ ସାଙ୍ଗକୁ ରୋଗ ଯନ୍ତ୍ରଣା, ଚିକିତ୍ସା ହେବାକୁ ନା ଅଛି ଅର୍ଥ, କି ରହିବାକୁ ଅଛି ଖଣ୍ଡିଏ ଭଲ ଘର । ସରକାରଙ୍କ ମାଳ ମାଳ ଯୋଜନା ଥାଇ ମଧ୍ୟ ଅସହାୟ ଗରିବ ଲୋକମାନଙ୍କ ପାଇଁ କେତେଦୂର କାର୍ଯ୍ୟକାରୀ ହେଉଛି, ତାହା ଏହି ପରିବାର କୁ ଦେଖିଲେ ସ୍ପଷ୍ଟ ପ୍ରମାଣିତ ହେଉଛି।ଏଦୃଶ୍ୟ ହେଉଛି ନବରଙ୍ଗପୁର ଜିଲ୍ଲାର ସୀମାନ୍ତ ରାଇଘର ବ୍ଲକ ଯୋଡ଼ିଙ୍ଗା ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ କଲୋନୀର,ସିତାରାମ ହନ୍ତାଳ। ବୃଦ୍ଧ ବୟସରେ ସାହା ଭରସା ହେବ ବୋଲି ନିଜ ଝିଅ ଓ ଜ୍ୱାଇଁ କୁ ଆଣି ନିଜ ଘରେ ରଖିଥିଲେ, କିନ୍ତୁ ବର୍ତ୍ତମାନ ଝିଅ ଶକୁନ୍ତଳା ଖରା ଓ ଜ୍ୱାଇଁ ଗଣପତି ଖରା ଉଭୟ ରୋଗ ଗ୍ରସ୍ତ,ଶକୁନ୍ତଳା ଖରା ଦୀର୍ଘ ୮ବର୍ଷ ହେଲା ଶାରୀରିକ ଅକ୍ଷମ । ସେ ଆଉ ସିଧା ଛିଡା ହୋଇ ପାରୁନାହାନ୍ତି, ପ୍ରଥମେ ରାଇଘର ସ୍ୱାସ୍ଥ୍ୟକେନ୍ଦ୍ର,ତାପରେ ଉମରକୋଟ,ଓ ଶେଷରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରିବା ପରେ ଡାକ୍ତର ତାଙ୍କୁ ୨୦୧୮ମସିହାରେ ଶାରୀରିକ ଅକ୍ଷମ ପ୍ରମାଣ ପତ୍ର ଦେଇଛନ୍ତି ସତ, କିନ୍ତୁ ବାରମ୍ବାର ଆବେଦନ କରିଥିଲେ ମଧ୍ୟ ଏଯାବତ ଭତ୍ତା ପାଉନାହାନ୍ତି ବୋଲି ମନ ଦୁଃଖରେ ପ୍ରକାଶ କରିଛନ୍ତି।ଗଣପତି ଖରା ନିଜ ସ୍ୱାସ୍ଥ୍ୟ ଭଲ ଥିବା ଯାଏଁ ଘର ଚଳେଇବା ସହ ସ୍ତ୍ରୀର ଚିକିତ୍ସା କରାଉଥିଲେ । ବର୍ତ୍ତମାନ ସେ ମଧ୍ୟ ଟି. ଭି ରୋଗରେ ଆକ୍ରାନ୍ତ ହୋଇଛନ୍ତି,ତେଣୁ ରୋଜଗାର କରିବାରେ ପୁର୍ଣଛେଦ ପଡି ଯାଇଛି।ସହାୟତା ପାଇଁ ବାରମ୍ବାର ସରକାରୀ ବାବୁ ମାନଙ୍କୁ ଗୁହାରୀ କରି କିଛି ସାହାଯ୍ୟ ନମିଳିବାରୁ ଶେଷରେ ନିରାଶ ହୋଇ ଭାଙ୍ଗି ପଡିଛନ୍ତି ସମ୍ପୂର୍ଣ୍ଣ ପରିବାର । ତେଣୁ ତୁରନ୍ତ ଚିକିତ୍ସା ପାଇଁ ସରକାରୀ ସହାୟତା ଓ ଘର ଖଣ୍ଡେ ଯୋଗାଇ ଦେବାକୁ ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି ।ବର୍ତ୍ତମାନ ଏହି ଅସହାୟ ପରିବାର ଉପରେ ସରକାରଙ୍କ ଦୃଷ୍ଟି କେବେପଡିବ, ତାହା ଦେଖିବାକୁ ବାକି ରହିଲା। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ,ସଂଘର୍ଷ ନିୟୁଜ।