କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ଆଳି ବ୍ଲକ ଅନ୍ତର୍ଗତ କରେଇ କଣା ପଞ୍ଚାୟତରେ ସରପଞ୍ଚ ଦାୟିତ୍ୱରେ ଥିବା ଅଞ୍ଜ ବେହେରା ଙ୍କୁ ମୋହରା କରି କିଛି ବ୍ୟକ୍ତିମାନେ ପଞ୍ଚାୟତର ବିଭିନ୍ନ କାର୍ଯ୍ୟକୁ ମନମୁଖୀ କରୁଥିବା ର ସାମ୍ନାକୁ ଆସିଛି।ଅରେଇକଣା ପଞ୍ଚାୟତ ନିକଟରେ ଏକ ପୋଖରୀ କାର୍ଯ୍ୟ ଚାଲୁଥିବା ସମୟରେ ଆମ ପ୍ରତିନିଧି ପହଞ୍ଚି ସେହି କାର୍ଯ୍ୟ ବିଷୟରେ ଜି ଆର ଏସ୍ ଶ୍ରୀମତୀ ପଣ୍ଡାଙ୍କୁ ପଚାରିଥିଲେ ସୁଚନା ଫଳକ ନଥାଇ ଏ କେଉଁ କାମ ହେଉଛି। ଶ୍ରୀମତୀ ପଣ୍ଡା କହିଥିଲେ ସେ କାମ ବିଷୟରେ ମୁଁ କିଛି ଜାଣିନାହିଁ। VLW ଆସିଥିଲେ ଓ କଣ୍ଟ୍ରାକ୍ଟର କୁ ଫୋନ୍ କରିଥିଲେ କିନ୍ତୁ କଣ୍ଟ୍ରାକ୍ଟର କହିଥିଲେ ମୁଁ ଜିବିନାହିଁ ସେ କଣ କରିପକେଇବେ ବୋଲି କହିଥିଲେ ଆମ ପ୍ରତିନିଧି ଏକ ଘଣ୍ଟା ଅପେକ୍ଷା ରହିଥିଲେ ମଧ୍ୟ ସରପଞ୍ଚ ଓ କଣ୍ଟ୍ରାକ୍ଟର କେହି ଆସିନଥିଲେ ପରେ ପ୍ରତିନିଧି ଆଳି କନିଷ୍ଠ ଯନ୍ତ୍ରୀ ପ୍ରଞ୍ଜାପରମିତା ଙ୍କୁ ଏବିଷୟରେ ପଚାରିବାରୁ ସେ କହିଥିଲେ ମୁଁ ପ୍ରାୟ ୧୫ ଦିନ ହେବ ଜାଇନାହିଁ କି କୈାଣସି କାମ ହେଉଛି ବୋଲି ମୋପାଖରେ ଖବର ନାହିଁ। ଆଳି ବିଡ଼ିଓ ଶ୍ରୀଯୁକ୍ତ ଦିବେନ୍ଦୁ ଦାସ କହିଥିଲେ ଜଦି କୈାଣସି କାମ ମନମୁଖୀ କରୁଥାନ୍ତି ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଠି ପ୍ରଶ୍ନ ଉଠୁଛି ଯେ ଅରେଇକଣା ପଞ୍ଚାୟତର ସମସ୍ତ କାର୍ଯ୍ୟ ଉପରେ ଉପରସ୍ଥ ତଦନ୍ତ କରାଯିବା ଉଚିତ୍।