ପୁରୀ ( ସଂଘର୍ଷ ମିଡିଆ ) : କୋଭିଡ କଟକଣା ଯୋଗୁ ଶ୍ରୀମନ୍ଦିର କୁ ଭକ୍ତ ଙ୍କ ପ୍ରବେଶ ବନ୍ଦ ରହିଛି। ଏପରିକି ଅରୁଣ ସ୍ତମ୍ଭ ନିକଟ କୁ ମଧ୍ୟ ଭକ୍ତ ଙ୍କୁ ଯିବା ପାଇଁ କଟକଣା ଜାରି କରାଯାଇଛି। ତେବେ ଏହି ନିୟମ କୁ କୋହଳ କରି ଅରୁଣ ସ୍ତମ୍ଭ ନିକଟକୁ ଭକ୍ତ ଙ୍କୁ ଯିବା କୁ ଅନୁମତି ଦେବା କୁ ପୁରୀ ଜିଲ୍ଲା ପ୍ରଶାସନ ପାଖରେ ଦାବି ରଖିଛି ପୁରୀ ଜିଲା ଯୁବ ଅଧିବକ୍ତା ସଙ୍ଘ। ଏ ନେଇ ଏକ ଦାବି ପତ୍ର ଆଜି ଜିଲାପାଳ ଙ୍କ ଉଦେଶ୍ୟ ରେ ପ୍ରଦାନ କରାଯାଇଛି । ସଂଗଠନ କହିଛି ଯେ ମନ୍ତ୍ରୀ , ବିଧାୟକ ଓ ନେତା ଙ୍କୁ ଅରୁଣ ସ୍ତମ୍ଭ ନିକଟ କୁ ଛଡା ଯାଉଛି। ହେଲେ ଦୁଃଖ ର ବିଷୟ ମହାପ୍ରଭୁଙ୍କ ପ୍ରିୟ ଭକ୍ତ ମାନଙ୍କୁ ଅରୁଣ ସ୍ତମ୍ଭ ନିକଟକୁ ଯିବା ପାଇଁ କଟକଣା କରାଯାଇଛି। ବଡ଼ ବଡ଼ିଆ ଲୋକ ଙ୍କ ପାଇଁ ଗୋଟେ ଆଇନ ଓ ସାଧାରଣ ଭକ୍ତ ପାଇଁ ଅଲଗା ଆଇନ ଠିକ ନୁହେଁ ବୋଲି ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଙ୍ଘ କହିଛି। ମହାପ୍ରଭୁଙ୍କ ନିକଟରେ ଯେଭଳି ପୁରୀ ଜିଲ୍ଲା ପ୍ରଶାସନ ଉଚ୍ଚ ନୀଚ ର ଭେଦ ଭାବ ସୃଷ୍ଟି କରୁଛି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ସଂଘ କହିଛି। ତେବେ ତୁରନ୍ତ ପୁରୀ ଜିଲ୍ଲା ପ୍ରଶାସନ ଭକ୍ତ ଙ୍କ ଭାବନା କୁ ସନମାନ ଦେଇ ଅରୁଣ ସ୍ତମ୍ଭ ନିକଟ କୁ ଛାଡିବା ବ୍ୟବସ୍ଥା କରିବାକୁ ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ ର ଆବାହକ ଅନିଲ କୁମାର ସାହୁ ଓ ଏହାର କର୍ମକର୍ତା ଦାବି କରିଛନ୍ତି। ନ ହେଲେ ସଙ୍ଘ ଏହି ପ୍ରସଙ୍ଗ କୁ ନେଇ ହାଇକୋର୍ଟ ଙ୍କ ଦ୍ୱାରସ୍ଥ ହେବ ବୋଲି କହିଛି।
Get real time updates directly on you device, subscribe now.