ଅଯୋଗ୍ୟ ହୋଇଥିବା ତେନ୍ତୁଳିଖୁଣ୍ଟି ସରପଞ୍ଚ ପୁଣି ଆଜି ନେଲେ ଦାଇତ୍ଵ ,ବିଜୟ ଉତ୍ସବ ପାଳିଲେ କର୍ମୀ

53

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ତେନ୍ତୁଳିଖୁଣ୍ଟି ସରପଞ୍ଚ ଟଭା ନାୟକ ଲେଖି ପଢି ଜାଣି ନଥିବା ଅଭିଯୋଗରେ ଅଯୋଗ୍ୟ ଘୋଷଣା କରିଥିଲେ। କିନ୍ତୁ ଟଭା ନାୟକ ଉଚ୍ଚ ନ୍ୟାୟାଳୟ ର ଦ୍ୱାରସ୍ଥ ହୋଇ ଥିଲେ ଡବ୍ଲୁ ପି ସି ( ସି ) ୨୮୦୪୪ /୨୦୨୩ର ଶୁଣାଣି ନ୍ୟାୟମୂର୍ତ୍ତି ଅରବିନ୍ଦ ସିହ୍ନା କୋର୍ଟ ରେ ହୋଇଥିଲା। କେବଳଓଡ଼ିଆ ଲେଖି ପଢି ପାରୁନଥିବା କାରଣ ପାଇଁ ଅଯୋଗ୍ୟ ଘୋଷଣା ହୋଇ ପାରିବନି ,ଏଥିପାଇଁ ସୁରେନ୍ଦ୍ର ସେଠି ଓ ରାଜ୍ୟ ସରକାରଙ୍କ ସହ ହୋଇଥିବା ଏକ ମକଦ୍ଦମାର ବିଚାରକୁ ନେଇ ଜିଲ୍ଲାପାଳଙ୍କ ନିଷ୍ପତ୍ତିକୁ ଖାରଜ କରିଥିଲେ ଜଷ୍ଟିସ ସିହ୍ନା। ଟଭା ନାୟକ ପଦ ପାଇଲା ପରେ ଆଜି ତେନ୍ତୁଳିଖୁଣ୍ଟି ପଞ୍ଚାୟତର ତାଙ୍କ ସମର୍ଥିତ କର୍ମି ବେଣ୍ଡ ବାଜା ସହ ନାଚ ଗୀତରେ ବି ଇ ଓ ଅଫିସ ଛକରୁ ବାହାରି ପଞ୍ଚାୟତ ପର୍ଯ୍ୟନ୍ତ ପ୍ରସେସନ କରି ଯାଇଥିଲେ।ଏଥିରେ ବରିଷ୍ଠ କଂଗ୍ରେସ ନେତା ଭୀମସେନ ପାଣିଗ୍ରାହୀ, ଜିଲ୍ଲା ଆଦିବାସୀ ସେଲ କଂଗ୍ରେସର ସଭାପତି ଦିଲିପ ପ୍ରଧାନୀ, ପୂର୍ବତନ ବିଧାୟକ ଭୁଜବଳ ମାଝୀ,ମହିଳା ଜିଲ୍ଲା ସଭାନେତ୍ରୀ ପି ନାଗାରତ୍ନ, ବରିଷ୍ଠ ନେତା ଅଜୟ ହିଆଲ, ବ୍ଲକ କଂଗ୍ରେସ ସଭାପତି ପ୍ରହଲ୍ଲାଦ ହିଆଲ ,ନନ୍ଦାହାଣ୍ଡି ବ୍ଲକ କଂଗ୍ରେସ ସଭାପତି ବୃନ୍ଦାବନ ତ୍ରିପାଠୀ, ପିଣ୍ଟୁ ବିଷୋୟୀ, ଉପସ୍ଥିତ ରହିଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More