ଅମଳ ଦିବସ ପାଳିତ

23

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ନବରଙ୍ଗପୁର ବ୍ଲକ ମନ୍ତ୍ରୀଗୁଡା ଗ୍ରାମପଞ୍ଚାୟତ ସଦରମହକୁମା ଠାରେ ଆଜି ପାୟନିଅର କମ୍ପାନୀର ଅମଳ ଦିବସ ପାଳିତ ହୋଇଯାଇଛି | ପ୍ରଥମେ ମନ୍ତ୍ରୀଗୁଡାର ଚାଷୀ ମାନେ ଏକତ୍ରିତ ହୋଇ ଗ୍ରାମର ପ୍ର|ଗଣରେ ଏକତ୍ରିତ ହୋଇ କମ୍ପାନୀ ଜିଲ୍ଲା ମେନେଜର ସୌମ୍ୟ କାନ୍ତ ହୋତାଙ୍କୁ ପାରମ୍ପାରିକ ବାଜା ମାଧ୍ୟମରେ ସ୍ୱାଗତ କରି , ଚାଷୀ ମଙ୍ଗଳଶାଇ ଅମାନତ୍ୟ ଙ୍କ ଚାଷ ଜମିକୁ ପାଛୋଟି ନେଇଥିଲେ | ଚାଷୀ ମଙ୍ଗଳଶାଇ କମ୍ପାନୀର 27p37ଧାନ ଗତ ତିନି ବର୍ଷ ହେଲା କରିଆସୁଛନ୍ତି ଏବଂ ଅନ୍ୟ କମ୍ପାନୀର ଧାନ ଠାରୁ 5କୁଇଣ୍ଟାଲ ଅଧିକ ଅମଳ ପାଉଥିବା କହିଛନ୍ତି | ଏହି ଅମଳ ଦିବସରେ କମ୍ପାନୀର ନିରଞ୍ଜନ ବେହେରାଙ୍କ ତତ୍ୱାବଧାନରେ ସଭା ଆରମ୍ଭ ହୋଇଥିଲା | ଅତିଥି ମାନଙ୍କ ମଧ୍ୟରେ ସରପଞ୍ଚ ଯୁଧିଷ୍ଠିର ସାନ୍ତା, ନାଇବ ସରପଞ୍ଚ ଜୟ ନାୟକ, ଗ୍ରାମର ଚାଷୀ ଅଶୋକ ମଳିକ, ଗୌର ବିଶୋଇ, କର୍ଣ୍ଣ, ଚୈତନ୍ୟ, ଡମୁ ନାୟକ, ଅନୁନ୍ୟ 300ଚଷୀ ଉପସ୍ଥିତ ଥିଲେ |ଏହି ଅମଳ ଦିବସ କୁ କମ୍ପାନୀର ପ୍ରଶାନ୍ତ, ଆକାଶ, ଜଗନ୍ନାଥ, ବିନୋଦ ବାବୁ ଉପସ୍ଥିତ ରହି କାର୍ଯ୍ୟକର୍ମକୁ ସଫଳ କରିଥିଲେ |
ନବରଙ୍ଗପୁର୍ ଜିଲ୍ଲାରୁ ରଵିନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ଷ୍ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More