ଅମର +3 ମହାବିଦ୍ୟାଳୟରେ ବନମହୋତ୍ସବ ସପ୍ତାହ ପାଳିତ

15

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : – କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଅମର +୩ ମହାବିଦ୍ୟାଳୟରେ ଆଜି Nss ୟୁନିଟ୍ ତରଫରୁ ମହୋତ୍ସବ ସପ୍ତାହ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହବିଦ୍ୟାଳୟର ସଭାପତି ତଥା ପୂର୍ବତନ ନର୍ଲା ବିଧାୟକ ଧନେଶ୍ଵର ମାଝି ଯୋଗଦାନ କରି ବନ ମହୋତ୍ସବ ପର୍ବ କୁ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶେଷ ଅତିଥି ଭାବେ ମଦନପୁର ଜଙ୍ଗଲ ଶାଖାର ଜଙ୍ଗଲ ଅଧିକାରୀ ସଂପଦ କୁମାର ଯୋଗ ଦେଇଥିଲେ। ସେ ବୃକ୍ଷ ରୋପଣ ସମୟରେ ଉପସ୍ଥିତ ରହି ସମସ୍ତ Nss ସ୍ଵେଚ୍ଛାସେବୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ। ଏହି ପର୍ବ ରେ ମହା ବିଦ୍ୟାଳୟ ର ଅଧ୍ୟକ୍ଷ ନବିନ ପଧାନ, ଓଡ଼ିଆ ଅଧ୍ୟାପିକା ସସ୍ମିତା ସାହୁ, ଇଂରାଜୀ ଅଧ୍ୟାପକ ରବିନ ନନ୍ଦ, Deo ହୃଦାନନ୍ଦ ସାହୁ ଉପସ୍ଥିତ ଥିଲେ। Nss କାର୍ଯ୍ୟକ୍ରମ ଅଧିକାରୀ ରାଜେନ୍ଦ୍ର ଗହୀର ବନ ମହୋତ୍ସବ କାର୍ଯ୍ୟକ୍ରମ ସମସ୍ତ ଦାୟୀତ୍ବ ବହନ କରିଥଲେ। Nss ଗ୍ରୁପ ଲିଡର ଚୈତନ୍ୟ ସାହୁ, କୋଦଣ୍ଡ ସାହୁ, ପ୍ରୀତେଶ ସାହୁ, ସପନା ବାରିକ, ଲିଜା କ୍ୟାମ୍ପ ବନ ମହୋତ୍ସବ ପର୍ବ ରେ Nss ଅଧିକାରୀ କୁ ସହୋଯାଗ କରିଥିଲେ। ବନ ମହୋତ୍ସବ ରେ ସ୍ୱେଚ୍ଛାସେବୀ ମାନେ ଆମ୍ବ ପଣସ, କାଜୁ ଆଦି ଚାରା ରୋପଣ କରାଯାଇଥିଲା

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More