ଅମଣିଷ ସାଜିଲା ବଡ ଭାଇ, ଭାଙ୍ଗିଦେଲା ସାନ ଭାଇର ଘର

19

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : – ଦୀର୍ଘ ଦିନରୁ ଦୁଇ ଭାଇଙ୍କ ମଧ୍ୟରେ ଜମି ବାଡ଼ି ବିବାଦ ଲାଗିରହିଥିବା ବେଳେ ଏବେ ତାହା ପ୍ରତିଫଳିତ ହୋଇଛି । ବଡ ଭାଇର ଚକ୍ରାନ୍ତର ଶିକାର ହେଲା ସାନ ଭାଇ । ଗୁଣ୍ଡାଗିରି କରି ଭାଇକୁ ହଇରାଣ କରୁଛି ବଡ ଭାଇ । ହଁ ଆଜ୍ଞା ଏକଥା ଆମେ କହୁନୁ ଖୋଦ ଚକ୍ରାନ୍ତର ଶିକାର ହୋଇଥିବା ଲୋକଟି କହୁଛି । ସୂଚନା ମୁତାବକ କେନ୍ଦ୍ରାପଡ଼ା ସହର ଚଉଦ ନମ୍ବର ୱାର୍ଡରେ ରାବୁଥିବା ମିର୍ଜା ଲାଲନ ବେଗ ନାମକ ବ୍ୟକ୍ତି ବହୁ ଦିନରୁ ନିଜ ପିଲା ଛୁଆଁଖ ଧରି ରହି ଆସୁଥିବା ବେଳେ, ତାଙ୍କ ବଡ ଭାଇ ମିର୍ଜା ଇକବାଲ ବେଗ ଦୀର୍ଘ 40ବର୍ଷରୁ ଅଧିକ ହେବ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ରହିଆସୁଛନ୍ତି। ହଟାତ କିଛି ଲୋକଙ୍କୁ ଧରି ଆସି ସାନ ଭାଇ ଲାଲନଙ୍କ ଘର ଭାଙ୍ଗି ଦେଇଥିଲେ । ଗୋଟିଏ ବାପ ପାଖରୁ ଜନ୍ମ ହୋଇଥିବା ଦୁଇ ଭାଇ ଆଜି ସାମାନ୍ୟ କେଉଁଟା ଟଙ୍କାର ଜାଗା ପାଇଁ ପରସ୍ପରର ଶତ୍ରୁ ପାଲଟିଛନ୍ତି । ଉକ୍ତ ଘଟଣା ବିଷୟରେ ପାଟି ଖୋଲି ପ୍ରତିବାଦ କଲେ ବଡ ଭାଇ ଆଇନର ଧମକ ଦେଇ ଭିତରେ ପୁରଦେଉଛନ୍ତି । ଲାଲନ ଘର ଭାଙ୍ଗି ଯାଇଥିବାରୁ ଅସହାୟ ଅବସ୍ଥାରେ ନିଜ ପରିବାରକୁ ଅନ୍ୟ ଏକ ସ୍ଥାନରେ ରହୁଛନ୍ତି । ନ୍ୟାୟ ପାଇଁ ଲାଲନ ଟାଉନ ଥାନାର ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି । ଖାଲି ଦେଖିବା ବାକି ରହିଲା କେବେ ମିଳୁଛି ଅସହାୟ ଲାଲନଙ୍କ ପରିବାରକୁ ନ୍ୟାୟ,ଏବଂ ଦୋଷୀଙ୍କୁ ଦଣ୍ଡ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More