ଅଭିଯୋଗ ପରେ ଭିଜିଲାନ୍ସର ତଦନ୍ତ ଆରମ୍ଭ

18

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : କଟକ ଜିଲ୍ଲା ସାଲେପୁର ବ୍ଲକ ଛାଣିପୁର ପଂଚାୟତରେ ଲାଟିନ ଦୁର୍ନୀତିନେଇ ଭିଜିଲାନ୍ସର ଚଢ଼ାଉ। ଲାଟିନ କାମ ରେ ଦୁର୍ନୀତି ହୋଇଥିବା ନେଇ ଆଜକୁ ଏକବର୍ଷତଳେ କଟକ ଭିଜିଲାନ୍ସରେ ଛାଣିପୁର ପଂଚାୟତର ସଂଗ୍ରାମ ପଟ୍ଟନାୟକ ଅଭିଯୋଗ ପରେ ଛାଣିପୁର ପଂଚାୟତରେ ଭିଜିଲାନ୍ସ ପକ୍ଷରୁ କରାଯାଇଛି ତଦନ୍ତ। ଘରକୁଘର ବୁଲି କଟକ ଭିଜିଲାନ୍ସ ବିଭାଗରର ଡିଏସପି ଗୀତାଞ୍ଜଳି ସାହୁ ଲାଟିନ ହିତାଧିକାରୀଙ୍କ ଘରେ ଘରେ ଯାଇ ପଚାରି ବୁଝିବା ସହ ତଦନ୍ତ କରିଛନ୍ତି । ତଦନ୍ତ ହେଉଥିବାରୁ ହିତାଧିକାରୀଙ୍କ ତାଙ୍କର ପ୍ରାପ୍ୟ ପାଇବାନେଇ ଆଶା କରିଛନ୍ତି। ଏପଟେ ଛାଣିପୁର ପଂଚାୟତର ସଂଗ୍ରାମ ପଟ୍ଟନାୟକ ଆଜକୁ ଏକବର୍ଷ ତଳେ ଭିଜିଲାନ୍ସରେ ଅଭିଯୋଗକରିଥିଲେ। ଭିଜିଲାନ୍ସ ପକ୍ଷରୁ ତଦନ୍ତ ହେଉଥିବାରୁ ଦୋଷୀକୁ ନିଶ୍ଚିନ୍ତଭାବେ ଦଣ୍ଡମିଳିବ ବୋଲି ସେ ନିଶ୍ଚିନ୍ତ ଅଛନ୍ତି। ହିତାଧିକାରୀଙ୍କୁ ପଚାରି ବୁଝିବାସହ ତଦନ୍ତରେ କିଛି ସମୟ ଲାଗିବବୋଲି ଭିଜିଲାନ୍ସ ପକ୍ଷରୁ ସୂଚନାମିଳିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More