ଅଭିଯୋଗ ଜଣାଇବା ପାଇିଁ ଆସି ପୋଲିସର ଧକ୍କା ଖାଇ ଥାନାକୁ ଗଲେ ଯୁବକ

37

Get real time updates directly on you device, subscribe now.

କାମାକ୍ଷାନଗର(ସଂଘର୍ଷ ମିଡିଆ) : -ଗାଁର ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇବାକୁ ଆସିଥିବା ଯୁବକକୁ ପୋଲିସର ଧକ୍କା,ତଣ୍ଟିଆ ମାରି ପୋଲିସ ଭ୍ୟାନରେ ବସାଇ ନେଇଗଲେ ଥାନାକୁ।ଏଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ସୂଚନା ଅନୁସାରେ କଙ୍କଡାହାଡ଼ ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଏକ ମିଳିତ ଜନଅଭିଯୋଗ ଶୁଣାଣି ଚାଲୁଥିବା ବେଳେ ବାଟଗାଁ ପଞ୍ଚାୟତ ଗୋଡିସାହିର ଯୁବକ ଜଣଙ୍କ ତାଙ୍କ ଗ୍ରାମକୁ ରାସ୍ତା ନଥିବା ନେଇ ଅଭିଯୋଗ କରିବାକୁ ଆସିଥିଲେ।ଏହି ସମୟରେ ଯୁବକ ଜଣଙ୍କ ବଡ ପାଟି କରି ଅଭିଯୋଗ ଜଣାଇବା ବେଳେ ସେଠାରେ ଉପସ୍ଥିତ ଥିବା ପୋଲିସ ଅଧିକାରି ମାନେ ଯୁବକଙ୍କୁ ଟାଣି ଆଣିବା ସହ ତଣ୍ଟିଆ,ଧକ୍କା ମାରି ପୋଲିସ ଭ୍ୟାନରେ ବସାଇ ଥାନାକୁ ନେଇଯାଇଛନ୍ତି।ତେବେ ସରକାର ପୋଲିସ ବିଭାଗକୁ 5T ଅଧିନକୁ ଆଣି ଲୋକ ମାନଙ୍କୁ ସେବା ଯୋଗାଇବାକୁ ପ୍ରୟାସ ଜାରି ରଖିଥିବା ବେଳେ କଙ୍କଡାହାଡ଼ ପୋଲିସର ଏଭଳି କାର୍ଯ୍ୟକୁ ସାଧାରଣରେ ନାପସନ୍ଦ କରାଯାଇଛି।ସଂପୃକ୍ତ ପୋଲିସ କର୍ମଚାରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More