ନବରଙ୍ଗପୁର ( ସଂଘର୍ଷ ମିଡିଆ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଝରିଗୁମ୍ମା ନୋଡାଲ ସରକାରୀ କାଶୀ ପ୍ରସାଦ ସାହୁ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକ ଓ ଅଭିଭାବକଙ୍କୁ ନେଇ ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଶିକ୍ଷାର ଉନ୍ନତି ତଥା ମୋ ସରକାର ର ୫ଟି କାର୍ଯ୍ୟ ବିଷୟରେ ଆଲୋଚନା କରାଯାଇଥିଲା ।ପିଲାମାନଙ୍କ ଉପସ୍ଥିତି ,ପିଲାମାନଙ୍କର ବୌଦ୍ଧିକ ଜ୍ଞାନର ବିକାଶ ଉପରେ ଆଲୋଚନା କରାଯାଇଥିଲା ।ଏହି ବୈଠକରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଅଶ୍ୱିନ ବାଘ ଓ ଅନ୍ୟାନ୍ୟ ସଭ୍ୟ ଉପସ୍ଥିତ ରହି ଥିଲେ । ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ନାଥ ପରିଡ଼ା ସ୍ବାଗତ ଓ ପରିଚୟ ପ୍ରଦାନ କରିଥିଲେ ।ଝରିଗୁମ୍ମା କ୍ଲଷ୍ଟର ସିଆର୍ ସି ଚିତ୍ର ହରିଜନ ଉପସ୍ଥିତ ରହି ପିଲାମାନଙ୍କର ବୌଦ୍ଧିକ ମାନ ଦଣ୍ଡ ଉପରେ ଗୁରୁତ୍ବ ଦେଇଥିଲେ । ବିଦ୍ୟାଳୟରେ ଥିବା,କମ୍ପ୍ୟୁଟର ବିଜ୍ଞାନ କକ୍ଷ ,ସ୍ମାର୍ଟ ବୋର୍ଡ କୁ ସୁଶାନ୍ତ କୁମାର ସାହୁ ଅଭିଭାବକ ମାନଙ୍କୁ ବୁଝେଇ ଦେଖାଇ ଥିଲେ ।ବରିଷ୍ଟ ଶିକ୍ଷକ ରଂଜନ କୁମାର ମହାପାତ୍ର,କନକ ନାୟକ,ଜିତେଶ ଭୋଇ ,ସୁନିଲ କୁମାର ବାରିକ ,ପ୍ରହ୍ଲାଦ ସାହୁ,ଅରୁଣ କୁମାର ରାଉତ ଓ ଲିଜା ରାଣୀ ବଳ ବିଦ୍ୟାଳୟ ର ପିଲାମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରି ଏହାର ସମାଧାନ କିପରି କରାଯାଇ ପାରିବ ସେ ବିଷୟ କମିଟି କୁ ଜଣାଇଥିଲେ ।ଏହି କାର୍ଯ୍ୟକ୍ରମ ଶେଷ ରେ ଜିଲ୍ଲା ଦୁର୍ନୀତି ନିବାରଣ ସଭାପତି ପୂର୍ବତନ ଛାତ୍ର ତଥା ଜିଲ୍ଲା ସାମ୍ବାଦିକ ଲକ୍ଷ୍ମୀ ଚନ୍ଦ୍ର ଟାକ୍ରି ଉପସ୍ଥିତ ରହି କମିଟି କୁ ବିଭିନ୍ନ ପରାମର୍ଶ ଦେଇ ଥିଲେ ।ଶେଷରେ ବରିଷ୍ଟ ଶିକ୍ଷକ୍ ଶ୍ରୀ ମହାପତ୍ର ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ କୁ ସମାପ୍ତ କରିଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।