ଅଭିଭକ୍ତ କୋରାପୁଟ ଜିଲାସ୍ତରୀୟ ବେଞ୍ଚପ୍ରେସ ଓ ଡେଡଲିଫିଟିଙ୍ଗ ଚମ୍ପିୟନ-୨୦୨୨ ଅନୁଷ୍ଠିତ

28

Get real time updates directly on you device, subscribe now.

ନବରଙ୍ଗପୁର ୧୪/୪ ( ସଂଘର୍ଷ ମିଡିଆ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରୁ ଏକାଧିକ ଖେଳାଳୀ,ଅଭିଭକ୍ତ କୋରାପୁଟ ସ୍ତରୀୟ ବେଞ୍ଚପ୍ରେସ ଓ ଡେଡଲିଫିଟିଙ୍ଗ ଭାଗ ନେଇ ଏକାଧିକ ପଦକ ହାସଲ କରିଛନ୍ତି। ରାଜ୍ୟ ସ୍ତରୀୟ ଖେଳାଳୀ ଘାସିରାମ ଟାକ୍ରୀ ଙ୍କ ଦ୍ୱାରା ଏହିଖେଳ ଆରମ୍ଭ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଜେତା ଙ୍କୁ ପଦକ ଓ ମାନପତ୍ର ପ୍ରଦାନ କରିଥିଲେ। ଇଣ୍ଟର ନେସନାଲ ସ୍ୱର୍ଣ୍ଣ ବିଜେତା ରମେଶ ଗରଡ଼ା ଅନ୍ୟତମ ଅତିଥି ଭାବରେ ଯୋଗ ଦେଇ ଅଭିଭକ୍ତ କୋରାପୁଟ ଜିଲ୍ଲାରେ ଏଭଳି କାର୍ଯ୍ୟକ୍ରମ ଅଧିକରୁ ଅଧିକ ଆୟୋଜନ କରି ଲୁକାୟିତ ପ୍ରତିଭା ଲୋକଲୋଚନକୁ ଆଣିବାକୁ ଭଲ ପ୍ଲାର୍ଟଫର୍ମ ବୋଲି କହିଥିଲେ।୪ଟି ବର୍ଗ ରେ ଭାଗ ନେଇ ନବରଙ୍ଗପୁର ଜିଲ୍ଲାର ଶଙ୍କର ହରିଜନ ବରିଷ୍ଠ ୧୭୫କିଲୋ ରେ ଭାଗ ନେଇ ୨ୟ ସ୍ଥାନ ଅଧିକାର କରିଥିବା ବେଳେ, ସବ ଜୁନିୟର ରେ ରୁଦ୍ରନାରାୟନ ସୁନା ୭୫ କିଲୋ ବ୍ରେଞ୍ଚପ୍ରେସ ରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ସବ ଜୁନିୟର ରେ ଡେଡ ଲିପଟ ୧୫୦ କିଲୋ ,ପ୍ରଥମ ହୋଇଥିବା ବେଳେ, ଜୁନିୟର ବ୍ରେଞ୍ଚପ୍ରେସ ୭୫ ରେ୨ୟ ସ୍ଥାନ ଅଧିକାର କରି ୨ଟି ପଦକ ପାଇବାରେ ସଫଳ ହୋଇଛନ୍ତି।ହରେକୃଷ୍ଣ ବିଷୋୟୀ ଜୁନିୟର ଡେଡ ଲିପଟ ରେ୩ୟ ହୋଇଥିବା ବେଳେ ବ୍ରାଞ୍ଚପ୍ରେସ ରେ୨ସ୍ଥାନ ଅଧିକାର କରି ୨ଟି ପଦକ ପାଇଛନ୍ତି।କ୍ରୁସ୍ତି ରଞ୍ଜନ ସ୍ୱାଇଁ ୧୦୦ କିଲୋ ବର୍ଗ ରେ ଭାଗ ନେଇ ବ୍ରେଞ୍ଚପ୍ରେସ ରେ୨ୟ ଡେ଼ଡ ଲିପିଟ ରେ ୧ମ ହୋଇଛନ୍ତି।ତୁଷାର କାନ୍ତ ଦାସ ଡେଡ ଲିପିଟ ୮୬ କିଲୋ ସିନିୟର ବର୍ଗ ରେ୩ୟ ପଦକ ପାଇବାରେ ସକ୍ଷମ ହୋଇଛନ୍ତି।ଟିମ ମ୍ୟାନେଜର ତଥା ରାଜ୍ୟ ସ୍ତରୀୟ ଡେ଼ଡ ଲିପଟର ବିସିକେଶନ ଛତ୍ରୀୟା, ପ୍ରଣୟ ରଞ୍ଜନ ଟାକ୍ରୀ ଙ୍କ ଏକଟିମ ଜୟପୁର ଗସ୍ତ କରିଥିଲା। ନବରଙ୍ଗପୁର ଜିଲ୍ଲା ତଥା ତେନ୍ତୁଳିଖୁଣ୍ଟି ବ୍ଲକ ର ମାନ ରଖି ଥିବାରୁ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି। ତେନ୍ତୁଳିଖୁଣ୍ଟି ବ୍ଲକ ଅଧକ୍ଷା ନିଳେନ୍ଦ୍ରୀ ନାୟକ ଏଣ୍ଟି କରେପସନ ଜିଲ୍ଲା ସଭାପତି ଲକ୍ଷ୍ମୀ ଚନ୍ଦ୍ର ଟାକ୍ରୀ, ଉପସଭାପତି ହିମାଂଶୁ ଶେଖର ବାଘ, ତେନ୍ତୁଳିଖୁଣ୍ଟି ଏଣ୍ଟି କରେପସନବ୍ଲକ ସଭାପତି ଭୋଳା ବାଗ, ସମ୍ପାଦକ ଉଦୟ ନାଥ ସଗରିୟା ମଧ୍ୟ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More