ଅଭିନଵ ଢଙ୍ଗରେ ଗାନ୍ଧୀଙ୍କ ଚିତ୍ର ଆଙ୍କି ଉତ୍ସବ ପାଳିଲେ ସୋନପୁର ଆର୍ଟ ଏଣ୍ଡ କ୍ରାଫ୍ଟ ସ୍କୁଲର ଶିକ୍ଷକ ଓ ଛାତ୍ର ଛାତ୍ରୀ

18

Get real time updates directly on you device, subscribe now.

ସୁବର୍ଣ୍ଣପୁର (ସଂଘର୍ଷ ମିଡିଆ) : ଆଜାଦି କି ଅମୃତ ମହୋତ୍ସବ ଅବସରରେ ଚିତ୍ର କଳା ଅନୁଷ୍ଠାନ( ଏ କେ ସ୍କୁଲ ଅଫ ଆର୍ଟ ଏଣ୍ଡ କ୍ରାଫ୍ଟ ) ପକ୍ଷରୁ ସ୍ୱାଧୀନତା ଦିବସ ରେ ଏକ ପ୍ରଦାର୍ଶନୀ ମେଳା ବା ଉସ୍ସବ ପାଳନ ହୋଇ ଯାଇଛି l ଏଥିରେ ଅତିଥି ଭାବେ ଜ଼ିଲ୍ଲା ପୋଲିସ କନେଷ୍ଟବଲ ସଂଘର ସଭାପତି କୁମୁଦ ରଞ୍ଜନ ମେହେର ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଅଧ୍ୟାପକ ବିଶ୍ୱନାଥ ମେହେର, ଅନୁଷ୍ଠାନର ଉପଦେଷ୍ଟା ଜନ୍ମଞ୍ଜୟ ପାତ୍ର,ସୁଧାଂଶୁ ଶେଖର ମିଶ୍ର, କୃଷ୍ଣ ଚନ୍ଦ୍ର ବେହେରା, ବାସୁଦେବ ସେଠି, ପୁଷ୍ପା ମେହେର, କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କ ଉତ୍କୃଷ୍ଟ ଚିତ୍ର କଳା ପାଇଁ ପ୍ରଶଂସା କରିଥିଲେ l ଚିତ୍ରଶିଳ୍ପୀ ତଥା ଅନୁଷ୍ଠାନ ର ଆୟୋଜକ ଶ୍ୟାମ ସୁନ୍ଦର ମେହେର ମହାତ୍ମା ଗାନ୍ଧୀଙ୍କ ଚିତ୍ରକୁ ଏକ ନୂଆ ଢଙ୍ଗରେ ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଥିଲେ l ସମସ୍ତ ଅତିଥି ତ୍ରିରଙ୍ଗା ଝଣ୍ଡା ରେ ପୁଷ୍ପ ଅର୍ପଣ କରିଥିବା ବେଳେ କୁନି ଚିତ୍ର ଶିଳ୍ପୀ ସମ୍ପନ୍ନା ମେହେର ଦେଶାତ୍ମବୋଧକ ସଂଗୀତ ଗାନ କରିଥିଲେ। ଏହି ଅନୁଷ୍ଠାନ ରେ ଶିକ୍ଷା ଲାଭ କରିଥିବା ଛାତ୍ର ଅରମାନ ତ୍ରିପାଠୀ, ଛାତ୍ରୀ ଶ୍ରୀୟା ମେହେର, ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ପୂର୍ବରୁ ପୁରସ୍କୃତ ହୋଇ ଅନୁଷ୍ଠାନ ର ଗୌରବ ବଢ଼ାଇ ଥିବା ବେଳେ ଏହି ଅନୁଷ୍ଠାନ ଓଡିଶା ଲଳିତ କଳା ଏକାଡେମୀ ଠାରୁ ପାଇଥିବା ସ୍ୱୀକୃତି ମାଧ୍ୟମରେ ଶିକ୍ଷା ଦାନ କରିଥିବା ଏହି ଅନୁଷ୍ଠାନର ଛାତ୍ର ଛାତ୍ରୀ ଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଉଥିବା ବିଷୟ ସଭାପତି ଶ୍ରୀମତୀ ମେହେରଙ୍କ ଠାରୁ ସୂଚନା ମିଳିଛି। ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More