ଅଭାବୀ ବିକ୍ରୀର ଶିକାର ହେଉଛନ୍ତି କେନ୍ଦୁ ପତ୍ର ତୋଳାଳି , ଜିଲ୍ଲା ବାହାର ଏବଂ ସ୍ଥାନୀୟ ଦଲାଲ ମାଲେମାଲ

17

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : -ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ରେ ବର୍ତମାନ କେନ୍ଦୁପତ୍ର ସ୍ଥାନୀୟ ମହିଳା ମାନଙ୍କ ଦ୍ୱାରା ତୋଳା ଚାଲିଛି | ସରକାର କେନ୍ଦୁପତ୍ର ତୋଳାଳି ଙ୍କ ପାଇଁ ଅନେକ ଯୋଜନା କରିଛନ୍ତି | ସରକାର ଙ୍କ ତରଫରୁ ସବୁ ସୁବିଧା ଏହି କେନ୍ଦୁପତ୍ର ତୋଳାଳିମାନେ ପାଉଛନ୍ତି | ପ୍ରତିବର୍ଷ ତୋଳାଳି ମାନଙ୍କୁ ସରକାର ଛତା , ଚପଲ ଏବଂ ପତ୍ର ତୋଳିବାର ୨୦ରୁ ୨୫ ଦିନ ମଧ୍ୟରେ ସେମାନଙ୍କ ପ୍ରାପ୍ୟ ତାଙ୍କ ଆକାଉଣ୍ଟରେ ପାଉଛନ୍ତି | ପ୍ରତି ଦୁଇବର୍ଷକୁ ସେମାନଙ୍କ ଆକାଉଣ୍ଟକୁ ସରକାର ୫୦୦ ଟଙ୍କା ଜମାକରୁଛନ୍ତି | କିନ୍ତୁ ବିଡମ୍ବନାର ବିଷୟ ସରକାର ୨୦୧୪ ମସିହାରୁ ଏକ ଚିଠି କରି ପଞ୍ଚାୟତ ରେ କଣିବା ପାଇଁ ପ୍ରବଧାନ କରିଛନ୍ତି |ଯେଉ ପଞ୍ଚାୟତ କିଣିବ ସେହି ପଞ୍ଚାୟତରେ ଏକ ଗ୍ରାମ ସଭାକରି ପଞ୍ଚାୟତ କିଣିବା ପାଇଁ ସ୍ଥିର କରାଯିବ | ସରକାର ଗୋଟିଏ ଚଟା କୁ ୨.୮0 ପଇସା ଦେଉଛନ୍ତି | ପ୍ରତି ପଞ୍ଚାୟତ କୁ ଗୋଟିଏ ଚଟାକୁ ୨.୮0 ପଇସା ଦେବା ପାଇଁ ଚିଠି କରିଛନ୍ତି | କିନ୍ତୁ ପଞ୍ଚାୟତର ପି ଆର ଆଇ ମେମ୍ବର , ସ୍ଥାନୀୟ ଦଲାଲ , ଜିଲ୍ଲା ବାହାର ଦଲାଲ , ଏବଂ କିଛି ଅସାଧୁ ସରକାରୀ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ରେ ପେଷି ହେଉଛନ୍ତି ସ୍ଥାନୀୟ ନିରୀହ ଆଦିବାସୀ କେନ୍ଦୁ ପତ୍ର ତୋଳାଳି ମହିଳା ମାନେ | ସରକାରଙ୍କ ଚିଠି ପ୍ରକାରେ ପଞ୍ଚାୟତରେ କିଣୁଥିବା କେନ୍ଦୁ ପତ୍ରକୁ ୨.୮0 ପଇସା କିମ୍ବା ତାଠାରୁ ଅଧିକ ମୂଲ୍ୟ ରେ କିଣିବାକୁ ପ୍ରାବଧାନ ଥିବା ବେଳେ ଦଲାଲ ମାନେ, ସରକାର ଙ୍କ ଚଟା ପିଛା ୨.୮0 ପଇସା ବଦଳରେ ଦଲାଲ ମାନେ ନିରୀହ ଆଦିବାସୀ ମହିଳାମାନଙ୍କୁ ୧.୫0 ପଇସାରୁ ୨.00 ଟଙ୍କା ହାତାହାତି ଦେଉଛନ୍ତି | ଏ ବିଷୟ ଟି ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି | ସେହି କେନ୍ଦୁ ପତ୍ରକୁ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ନକଲି କାଗଜ ପତ୍ର କରି ବାହାର ଜିଲ୍ଲାକୁ ନେଇ ଉଚ୍ଚା ଦରରେ ବିକ୍ରି କରି ଲକ୍ଷେ ଲକ୍ଷେ ଟଙ୍କା ଲାଭ ପାଉଛନ୍ତି ଜିଲ୍ଲା ବାହାର ଦଲାଲ | କେନ୍ଦୁ ପତ୍ର ରେଞ୍ଜର କିମ୍ବା କର୍ମଚାରୀ ଦଲାଲ ମାନଙ୍କୁ ତାଗିତ କଲେ ସ୍ଥାନୀୟ ଦଲାଲ ମାନଙ୍କ ଦ୍ୱାରା ଜିଲ୍ଲା ବାହାର ଦଲାଲ ମାନେ ଫୋନ ମାଧ୍ୟ୍ୟମରେ ଧମକ ଦେଉଛନ୍ତି | ପ୍ରକାଶ ଥାଉକି ପାପଡାହାଣ୍ଡି ରେଞ୍ଜ ରେ ମୋଟ ୪ଗୋଟି ବିଟ ଥିବାବେଳେ ୩ ଗୋଟି ବିଟ ନିଲାମ ହୋଇଛି | କେବଳ ଗୋଟିଏ ବିଟ ନିଲାମ ହୋଇପାରିନାହିଁ | ଯେଉଁ ବ୍ୟକ୍ତି ମାନେ ସରକାର ଠୁ ଟେଣ୍ଡର ପାଇ ସରକାରୀ ନିୟମ ପ୍ରକାରେ କିଣୁଛନ୍ତି ସେମାନଙ୍କ କେନ୍ଦୁ ପତ୍ର ବଜାରରେ ଅଧିକ ରେଟ ରେ ଯାଉଥିବା ବେଳେ ଜିଲ୍ଲା ବାହାର ଦାଲାଲଙ୍କ କେନ୍ଦୁ ପତ୍ର କମ ରେଟ ରେ ବାହାର ରାଜ୍ୟକୁ ବିକ୍ରି ହେଉଛି | ଯଦ୍ୱାରା ଗତବର୍ଷ ର କେନ୍ଦୁ ପତ୍ର ଏହି ସପ୍ତାହରେ ବିକ୍ରି ହୋଇଥିବା ରେଞ୍ଜର ସୂଚନା ଦେଇଛନ୍ତି | ସ୍ଥାନୀୟ ରେଞ୍ଜର କହିବା ପ୍ରକାରେ ପାପଡାହାଣ୍ଡି ବ୍ଲକ ର ସାନ ବର୍ଲି , ମୈଦଳପୁର , ଗାଦଵାକତରା , ମାଝୀଗୁଡା ପଞ୍ଚାୟତ ରେ ପଞ୍ଚାୟତ କେନ୍ଦୁପତ୍ର କିଣୁଛି | ସେହି ଅଞ୍ଚଳ ରେ ଏହିସବୁ ଅନିୟମିତ ହେଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି | ଏଥିରୁ ଅନୁମାନ କରାଯାଉଛି ଯେ ସ୍ଥାନୀୟ ଦଲାଲ , ଜିଲ୍ଲା ବାହାର ଦଲାଲ , ସ୍ଥାନୀୟ ପଞ୍ଚାୟତ ଅଧିକାରୀ , ସରପଞ୍ଚ ମାଲାମାଲ ହେଉଛନ୍ତି | ଏନେଇ ଉଚ୍ଚ ସ୍ତରୀୟ ତଦ୍ଵନ୍ତ ହେଲେ ବହୁତ କିଛି ଜିନିଷ ପଦାକୁ ଆସିବ ଵୋଲି ସ୍ଥାନୀୟ ବିଦ୍ଧିଜୀବୀଙ୍କ ମହଲରେ ଆଲୋଚନା ହେଉଛି | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More