ଅଭାବୀ ବର୍ଷା ଯୋଗୁଁ ଚାଷକାମ ଅସମ୍ପୂର୍ଣ୍ଣ,ଚିନ୍ତାରେ ଚାଷୀ

27

Get real time updates directly on you device, subscribe now.

ନବରଙ୍ଗପୁର, (ସଂଘର୍ଷ ମିଡିଆ): – ଚଳିତ ବର୍ଷ ମୌସୁମୀ ଆଗମନ ବିଳମ୍ବ ହୋଇଥିବା ବେଳେ ସ୍ୱଳ୍ପ ବୃଷ୍ଟି ଚାଷୀ କୁଳ କୁ ହତାଶ କରିଛି । ରୁଆ ଓ ବେଉଷଣ ସରିଥିବା ଜମି ବର୍ଷା ଅଭାବ ରେ ଆଦ୍ରତା ଶୁଖି ବିଲ ମାଟି ରେ ଡ଼ାଙ୍ଗରା ଫାଟିଲାଣି । ଅଗଷ୍ଟ ମାସ ତୃତୀୟ ସପ୍ତାହ ଚାଲିଛି ଡାବୁଗାଁ ବ୍ଲକରେ ସ୍ୱଳ୍ପ ବୃଷ୍ଟି କୁ ନେଇ ଚାଷୀକୁଳ ହତାଶ ହେଉଛନ୍ତି । ଚଳିତ ବର୍ଷ ବ୍ଲକରେ ଦେଖାଦେଇଥିବା ଅଭାବୀ ବର୍ଷା ଓ ସାମ୍ପ୍ରତିକ ସ୍ଥିତିରେ ଧାନ ଚାଷ ବିଷୟରେ ଭାରପ୍ରାପ୍ତ ଗୋଷ୍ଠୀ କୃଷି ଅଧିକାରୀ ସୋମେନ୍ଦ୍ର ବିଶ୍ଵାସଙ୍କ ସୂଚନାନୁଯାଇ ବ୍ଲକରେ ସ୍ଵାଭାବିକ ବୃଷ୍ଟି ଠାରୁ ଚଳିତ ବର୍ଷ ଜୁଲାଇ ଓ ଅଗଷ୍ଟ ମାସ ଆଜି ପର୍ଯ୍ୟନ୍ତ ୩୦ ପ୍ରତିଶତ ବୃଷ୍ଟି କମ ହୋଇଥିବା ଜଣାପଡିଛି । ଚଳିତ ବର୍ଷ ଜୁନ ମାସରେ ୧୮୮.୭ ମି.ମି ବର୍ଷା ହୋଇଥିବା ବେଳେ ଜୁଲାଇ ମାସରେ ୪୨୫ ମି.ମି ବର୍ଷା ହୋଇଛି । ଆଉ ଚଳିତ ଅଗଷ୍ଟ ମାସ ରେ ୧୧୨ ମି.ମି ବର୍ଷା ହୋଇଥିବା ସୂଚନା ମିଳିଛି । ପାଣିର ଅଭାବ ଯୋଗୁଁ ଚାଷୀ ଚିନ୍ତାରେ । କୃଷି ଅଧିକାରୀ ଙ୍କ ସୂଚନା ପ୍ରକାରେ ସ୍ୱଳ୍ପ ବୃଷ୍ଟି ଯୋଗୁ ବ୍ଲକରେ ରହିଥିବା ସମୁଦାୟ ଧାନ ଚାଷ ଜମି ୪୫୦୦ ହେକ୍ଟର ରହିଥିବା ବେଳେ ଅନ୍ୟପଟେ ଟିକିରା ଢେପ ଧାନ ଜମିରେ ଏଯାଏ ଧାନ ରୁଆ ହୋଇପାରିନାହିଁ । ଯେଉଁ ଖାଲ ଜମିରେ ଧାନ ରୁଆ ଓ ବୁଣା ସରିଛି ସେଥିରେ ଚାଷୀ ସାର ପକାଇ ପାରୁନି କି ବେଉଷଣ କାମ ମଧ୍ୟ କରିପାରୁନାହିଁ | ଏହିପରି ସ୍ୱଳ୍ପ ବୃଷ୍ଟି ଓ ଶୁଖିଲା ପାଗ ଆଉ ସପ୍ତାହ ସମୟ ଜାରି ରହେ, ତାହାହେଲେ ଆଗାମୀ ଦିନରେ ଚାଷୀକୁଳ ଅଧିକ କ୍ଷତି ଗ୍ରସ୍ତ ହେବେ । ଡାବୁଗାଁ ବ୍ଲକରେ ୧୧୪୫ ହେକ୍ଟର ଜମି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକୃତ ହୋଇଛି | ଅନ୍ୟପଟେ ସରକାର ମରୁଡି ଅଞ୍ଚଳ ଘୋଷଣା କରିବା ସମ୍ଭାବନା ଅଧିକ ରହିଛି। ଶ୍ରମିକ ଅଭାବ ସମସ୍ୟା ଓ ସ୍ୱଳ୍ପ ବୃଷ୍ଟି ଯୋଗୁଁ କିଛି ଜମିରେ ଧାନ ରୁଆହୋଇ ନପାରି ଧାନ ତଳି ବୁଢା ହେଲାଣି । ରୁଆ ବେଉଷଣ ଜମିରେ ପାଣି ଅଭାବରେ ମାଟିର ଆଦ୍ରତା ଶୁଷ୍କ ଓ କଠିନ ହୋଇ ମାଟି ଫାଟିଲାଣି | ବର୍ତ୍ତମାନ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି | ଯେଉଁ ଜମିରେ ଜଳସେଚନ ସୁବିଧା ରହିଛି ଚାଷୀ ମାନେ ବର୍ଷାକୁ ଅପେକ୍ଷା ନକରି ପାଣି ମଡାଇ କରିଥିବା ଚାଷକୁ ରକ୍ଷା କରିବାକୁ ଚେଷ୍ଟା ଚଳାଇଛନ୍ତି | ଏଥିନେଇ ଚାଷୀ ଏବେ ଚିନ୍ତାରେ ରହିଛି l କିଂ କର୍ତ୍ତବ୍ୟ ବିମୁଢ ହୋଇ ବସି ରହି ଛନ୍ତି ଚାଷୀ କୂଳ l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More