ବୌଦ୍ଧ(ସଂଘର୍ଷ ମିଡିଆ ) : ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ କେନ୍ଦ୍ର ତଥା ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ହେଲେ ପ୍ରକୃତ ଲକ୍ଷ୍ୟ ହାସଲ ହେଉନାହିଁ l ଫଳରେଅଭିଯାନ ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡୁଛି l ଏପରି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ର ଦକ୍ଷିଣ ଦିଗରେ l ଏଠାରେ ସ୍ୱଚ୍ଛ ଭାରତ ଅଭିଯାନ ଦ୍ୱାରା ନିର୍ମାଣ କରାଯାଇଛି ଗୋଷ୍ଟୀ ପରିଚାଳିତ ଶୌଚାଳୟ l ବର୍ତ୍ତମାନ ଶୌଚାଳୟ ଟି ପରିତ୍ୟକ୍ତ ଅବସ୍ଥାରେ ଅଛି l ମଶା, ମାଛି ଭଣ ଭଣ ପୁଣି ବିରାଡ଼ି, କୁକୁର ଓ ଅନ୍ୟାନ୍ୟ ସରୀସୃପକୁ ଦେଖିବାକୁ ମିଳୁଛି ଏହି ଶୌଚାଳୟରେ, ପୁଣି ଭଙ୍ଗା ଘରେ ରାତିରେ ଜହ୍ନ ଦେଖିବାକୁ ମିଳୁଛି l ଏପରିକି ଶୌଚାଳୟ ଭିତରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଫଟୋ କି କଦର୍ଯ୍ୟ ଭାବରେ କାନ୍ଥରେ ଅଙ୍କା ଯାଇଛି l ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l