ଅବ୍ୟବସ୍ଥା ଭିତରେ ଭଦ୍ରକ ଜିଲ୍ଲା ନିବନ୍ଧନ କାର୍ୟାଳୟ

13

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ଭଦ୍ରକ ଜିଲ୍ଲାରୁ ସରକାର ଜମି ଜମା ରେଜିଷ୍ଟ୍ରେସନରୁ ବାର୍ଷିକ କୋଟି କୋଟି ଟଙ୍କାର ରାଜସ୍ୱ ଆଦାୟ କରୁଛନ୍ତି । ହେଲେ ଜମି କିଣାବିକା ପାଇଁ ବହୁ ଦୂରରୁ ଆସୁଥିବା ଲୋକଙ୍କ ପାଇଁ ବସିବା ପାଇଁ ଜାଗା ନାହିଁ କି ଅଫିସ କ୍ୟାମ୍ପସରେ ପାଣିଟୋପାଏ ମଧ୍ୟ ପିଇବାକୁ ବ୍ୟବସ୍ଥା ନାହିଁ । ଫଳରେ ଜମି ଜମା କିଣା ବିକା ପାଇଁ ପ୍ରତିଦିନ ସବରେଜେଷ୍ଟ୍ରି ଅଫିସକୁ ଆସୁଥିବା ଶହ ଶହ ଲୋକ ସେମାନଙ୍କ ପିଲାଛୁଆ ଧରି ହିନସ୍ତା ହେଉଛନ୍ତି । କୋଭିଡ ସମୟରେ ସରକାର ସାମାଜିକ ଦୁରତା ରଖିବା ପାଇଁ କହୁଥିବା ବେଳେ ଏଠାରେ ସ୍ଥାନାଭାବ ଜନିତ ପରିସ୍ଥିତି ଯୋଗୁ ଭଦ୍ରକ ଡିଏସଆର ଅଫିସରେ ପ୍ରତିଦିନ ଲୋକଙ୍କ ମେଳା ଲାଗୁଛି । କ୍ରେତା,ବିକ୍ରେତା,ଜମି ଦଲାଲ ଏବଂ ଓକିଲ ମହରୀରଙ୍କ ସମେତ ରେଜେଷ୍ଟ୍ରି କାର୍ଯ୍ୟାଳୟ କର୍ମଚାରୀଙ୍କ ଗହଣରେ ସରକାରଙ୍କ ଏହି କାର୍ଯ୍ୟାଳୟ ସବୁ ସମୟରେ ଗହଳି ଲାଗିଥାଏ । ହେଲେ ସରକାରଙ୍କ ତରଫରୁ ନା ଏଠି ଅଛି ସାମାଜିକ କଟକଣା ନା କୋଭିଡ ସୁରକ୍ଷା ପାଇଁ ସାନିଟାଇଜରର ବ୍ୟାବସ୍ଥା । ଜିଲ୍ଲା ସବ୍‌ରେଜେଷ୍ଟ୍ରି କାର୍ଯ୍ୟାଳୟ ସୁଚନା ଅନୁଯାଇ ଭଦ୍ରକ ଜିଲ୍ଳା ସବରେଜେଷ୍ଟ୍ରି ଅଫିସ ସମେତ ଜିଲ୍ଲାରେ ଥିବା ୮ ଗୋଟି ସବରେଜେଷ୍ଟ୍ରି କାର୍ଯ୍ୟାଳୟ ଜରିଆରେ ବାର୍ଷିକ ପ୍ରାୟ ୧୮ କୋଟିରୁ ଉର୍ଦ୍ଧ ଟଙ୍କାର କାଗଜପତ୍ର କରାଯାଉଛି । ଗତବର୍ଷ ଜିଲ୍ଲାରେ ଜମିଜମା ରେଜିଷ୍ଟ୍ରସନ,ଇସି ଏବଂ ସିସି ରୁ ୧୮ କୋଟି ୫୧ ଲକ୍ଷ ଟଙ୍କାର ରାଜସ୍ୱ ସଂଗ୍ରହ କରାଯାଇଥିବା ବେଳେ ଚଳିତବର୍ଷ ଗତ ୫ ମାସ ମଧ୍ୟରେ ଜମିଜମା ରେଜିଷ୍ଟ୍ରେସନ ଏବଂ ଅନ୍ୟାନ୍ୟ ଡକୁମେଂଟେସନରୁ ଅନ୍ୟୁନ ୫ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରାଯାଇଛି । ତେବେ ବିଡମ୍ଭନାର କଥା ହେଲା ସରକାର ଏହି କାର୍ଯ୍ୟାଳୟ ଜରିଆରେ ବାର୍ଷିକ କୋଟି କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରୁଥିଲେ ମଧ୍ୟ କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କ ପାଇଁ ପାଣି ପାଇଖାନା କଥା ପଛକୁ ଥାଉ ଲୋକମାନେ ବସିବାକୁ ଯାଗା ପାଆନ୍ତି ନାହିଁ । ଏଠାକୁ ଆସୁଥିବା ବୁଢ଼ା,ବୁଢୀ ମାନେ ବସିବାକୁ ଯାଗା ନପାଇ ଅଫିସ ବାରଣ୍ଡାରେ ନଚେତ ମହୋରରି/ଭେଣ୍ଡରଙ୍କ ପାଖରେ ଘଂଟା ଘଂଟା ଧରି ଛିଡାହୋଇ ରହିବାକୁ ପଡୁଛି । ତାଛଡା ଭଦ୍ରକ ସବରେଜେଷ୍ଟ୍ରି ଅଫିସ ପରିସରକୁ ବହୁ ଭେଣ୍ଡର ଏବଂ ମହରୀର ଅବରୋଧ କରି ରଖିବା ଯୋଗୁ ଏହା ଅଧିକ ସଙ୍କୁଚିତ ହୋଇ ଏହି ଅବସ୍ଥା ସୃଷ୍ଟି କରିଛି । ତେବେ ଯାହାର ସମାଧାନ କରିବା ଦାୟିତ୍ୱ କେବଳ ଜିଲ୍ଲା ପ୍ରଶାସନର ନୁହେଁ ଏହା ସରକାରଙ୍କର ବୋଲି ସାଧାରଣ ବୁଦ୍ଧିଜିବୀ ମହଲରେ ଚର୍ଚା ହେଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More