ବୌଦ୍ଧ(ସଂଘର୍ଷ ମିଡିଆ ) : ,: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନ ମୁଣ୍ଡା ଗ୍ରାମ ପଞ୍ଚାୟତ ସଦର ମହକୁମାରେ ଅବସ୍ଥିତ ମନ ମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର l ସବୁ ବେଳେ ଚର୍ଚ୍ଚାରେ ରହି ଆସୁଥିବା ବେଳେ ଅବ୍ୟବସ୍ଥା ଘେରକୁ ଠେଲି ହୋଇଗଲାଣି। କେତେବେଳେ ଡାକ୍ତର ମାନେ ଆଶା ମାନକ ଦ୍ଵାରା ଲାଞ୍ଚ କାରବାର ରେ ଜଡିତ ତ କେତେବେଳେ ପରୀକ୍ଷା ଗାରରେ ବାହାର ପ୍ରେସ୍କିସନ୍ ନେଇ ପରୀକ୍ଷା କରିବା ଏପରି ଅନେକ ଅଭିଯୋଗରେ ଛନ୍ଦି ହୋଇଛନ୍ତି ବାବୁ ମାନେ। ସି ଡି ଏମ ଓ ମହୋଦୟ ଙ୍କୁ ପଚାରିଲେ ମଧ୍ୟ ଏଥି ପ୍ରତି ଉତ୍ତର ଦେବାରେ ସକ୍ଷମ ନୁହନ୍ତି। ଏବେ ଖରାଦିନ ସବୁବେଳେ 45 ଡିଗ୍ରୀ ପାଖା ପାଖି ବୌଦ୍ଧ ଜିଲ୍ଲାରେ ପାରଦ ରହୁଥିବା ବେଳେ ଏକ ମାତ୍ର ଭରସା ହୋଇଥିବା ମନ ମୁଣ୍ଡା ଡାକ୍ତର ଖାନା ସମ୍ମୁଖରେ ଥିବା ଥଣ୍ଡା ପାନୀୟ ଜଳ କାମ କରୁ ନଥିବାରୁ ଏହି ଡାକ୍ତର ଖାନା କୁ ଆସୁଥିବା ରୋଗୀ ମାନେ ନାହିଁ ନଥିବାର ଅସୁବିଧାଭୋଗୁଛନ୍ତି l ଏପରିକି ବହୁ ହଇରାଣ ହେଉଥିବା ପ୍ରକାଶ କରିଛନ୍ତି।ଉକ୍ତ ଡାକ୍ତର ଖାନା ର ଇନଂଚାର୍ଜ ରେ ଥିବା ଡାକ୍ତର ମହେନ୍ଦ୍ର ସାଏ ଙ୍କୁ ଯୋଗା ଯୋଗ କରିବାକୁ ଚେଷ୍ଟାକଲେ ମଧ୍ୟ ବାବୁ ଜଣକ କେତେବେଳେ କେଉଁ ବାହାନା କରି ଫୋନ କାଟି ଦେଉଛନ୍ତି।ତେଣୁ ତୁରନ୍ତ ଉକ୍ତ ପାନୀୟ ଜଳ କୁ ସୂଚାରୁ ରୂପେ ଶୀଘ୍ର କାର୍ଯ୍ୟ କ୍ଷମ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ସି ଡି ଏମ ଓ ମହାଶୟ ଯଦି ଭଲ ରୂପେ ଆକ୍ସନ ମୋଡ କୁ ନିଅନ୍ତେ ତେବେ ମନ ମୁଣ୍ଡା ଡାକ୍ତର ଖାନା ଏପରି ଅବ୍ୟବସ୍ଥା ଘେରରେ ନ ରୁହନ୍ତା ବୋଲି ବୁଦ୍ଧି ଜୀବି ମହଲରେ ଚର୍ଚ୍ଚା ହେଉଛି।ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ, ସଂଘର୍ଷ ନ୍ୟୁଜ l