କଟକ ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ସାଲେପୁର ବ୍ଳକ ଅନ୍ତର୍ଗତ ଲେଖନପୁର ଗ୍ରାମରେ ଅବସ୍ଥିତ ହନୁମଞ୍ଛେଶ୍ଵର ଶୈବପୀଠ ଏହାର ପାଦଦେଶରେ କଳ କଳ ହୋଇ ବହି ଯାଉଛି ବିରୁପା ନଦୀର ପବିତ୍ର ଜଳ ପାହାଡ଼ର ତରୁ ଲତା ସବୁଜ ବନାନୀ ମନ୍ଦିର ଶୌନ୍ଧର୍ଯ୍ୟକୁ ଦୁଇଗୁଣିତ କରୁଛି ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପୋଭୋଗ କରିବା ପାଇଁ ଦୂର ଦୂରଦୂରାନ୍ତରୁ ଧାଇଁ ଆସନ୍ତି ଏଠାକୁ ଶ୍ରଦ୍ଧାଳୁ ଭକ୍ତମାନେ । ପ୍ରଭୁ ରାମଚନ୍ଦ୍ର ଙ୍କ ଦ୍ଵାରା ଶିବଲିଙ୍ଗ ସ୍ଥାପନ, ଅନଙ୍ଗ ଭୀମ ଦେବ ଓ ଚୌଡଗଙ୍ଗ ଦେବଙ୍କ ରାଜୁତି ଅମଳରେ ମନ୍ଦିର ନିର୍ମାଣ କାର୍ଯ୍ୟ ହୋଇଥିବା କ୍ରୀମ୍ବଦନ୍ତୀ କୁହେ। ଏଠାରେ ପବିତ୍ର ଦୋଳ ପୂର୍ଣ୍ଣିମା ତିଥିରେ ଦୋଳ ଯାତ୍ରା ଅନୁଷ୍ଠିତ ହୁଏ ।ଏଣୁ ଏହି ପିଠକୁ ପୂହ୍ନ ମରାମତି କାର୍ଯ୍ୟ କରି ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ଦେବା ପାଇଁ ସ୍ଥାନୀୟ ଗ୍ରାମବାସୀ ମତପ୍ରକାଶ କରିଛନ୍ତି।