ଅବହେଳିତ ଅବସ୍ଥାରେ ପୌରାଣିକ କିମ୍ବଦନ୍ତୀ ବର୍ଣ୍ଣିତ ପାତାଳି ଗରୁଡ ମିନ୍ଦିର

36

Get real time updates directly on you device, subscribe now.

ସାଲେପୁର ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ସାଲେପୁର ବ୍ଳକ ଅନ୍ତର୍ଗତ ଓଡାସିଂହ ଗ୍ରାମ ର ପାତାଳୀ ଗରୁଡ ମନ୍ଦିର ଏବେ ଜରା ଜିନ୍ନ ଅବସ୍ଥାରେ ଏହି ମନ୍ଦିର ନିର୍ମାଣ ଗଜପତି ମହାରାଜା ଶ୍ରୀ ମୁକୁନ୍ଦ ଦେବଙ୍କ ସମୟରେ ନିର୍ମାଣ ସମ୍ପର୍କରେ ଲୋକ କଥା ଅଛି।ପୌରାଣିକ କିମ୍ବଦନ୍ତୀ ଅନୁଯାଇ ଦର୍ପଣି ରାଜା ଘୋଡାରେ ଆସି ଗରୁଡ ମିନ୍ଦର ପାଖରେ ପହଞ୍ଚିଥିଲେ ଓ ଗରୁଡ ମୃତ୍ତିକୁ କାଟିନେବା ପାଇଁ ଉଦ୍ୟମ କରିଥିଲେ। ମୃତ୍ତିକୁ କାଟିବାସମୟରେ ଗରୁଡ଼ ମୃତ୍ତିରୁ ରକ୍ତ ବାହାରିଥିଲା ରାଜା ମୃତ୍ତିକୁ ଅଧାରୁ କାଟି ଛାଡି ଚାଲିଯାଇଥିଲେ।ସ୍ଥାନୀୟ ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗରୁଡ ମୃତ୍ତିଟି ଲମ୍ବରେ ବଢିବାକୁଲାଗିଲା ଓ ପୂଜକଙ୍କ ହାତ ନପାଇବାରୁ ଏବେ ମୃତ୍ତିଟି ଚଉଡାରେ ବଢ଼ୁଛି। ଏବେ ମନ୍ଦିରରେ ବଡ଼ ବଡ଼ ଫାଟ ସୃଷ୍ଟି କରିଥିବାରୁ ବର୍ଷା ଦିନେ ପାଣି ଝରୁଛି ମନ୍ଦିରର ଆୟ କମ୍ ଥିବାରୁ ମରାମତି କାର୍ଯ୍ୟ ହୋଇପାରୁନାହିଁ ଦିନକୁ ଦିନ ସିମେଣ୍ଟ ଖଣ୍ଡ ଖସି ଗଳି ପଡୁଛି ପଥରରେ ପାଟ ସୃଷ୍ଟି ହୋଇ ମନ୍ଦିର ଏବେ ବିପଦ ସଂକୁଳ ଅବସ୍ଥାରେ, ବାସ୍ତବିକ ସରକାର ଓ ରାଜ୍ୟ ପଯ୍ୟଟନ ବିଭାଗ ହାତକୁ ନେଇ ଏଥିପ୍ରତି ଧ୍ୟାନଦେଇ ଏହି ପୁରାତନ ଐତିହାସିକ କିମ୍ବଦନ୍ତୀ ବର୍ଣ୍ଣିତ ଏହି ମିନ୍ଦିରର ବିକାଶ ଦିଗରେ ପଦକ୍ଷପ ଗ୍ରହଣ କଲେ ଏହା ଜନାଦୃତ ହୋଇପାରନ୍ତା ବୋଲି ସାଧାରଣରେ ଦାବି ହେଉଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More