କଟକ(ସଂଘର୍ଷ ମିଡିଆ) : – ଅବସର ନେବାର ୮୨ ଦିନ ପରେ ଆସୁଛି ବଦଳି ଆଦେଶ ! ତାହା ପୁଣି ସୁଦୂର ବରଗଡ଼କୁ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଭେଟନାରି ଅଧିକାରୀ ବା BVO ତନ୍ମୟ କୁମାର ମହାନ୍ତି ଙ୍କ ଗତ ଫେବୃଆରୀ ମାସ ୨୮ ତାରିଖ ରେ ଚାକିରି ରୁ ଅବସର ନେଇଥିଲେ। ଆଉ ବିଭାଗ ରୁ ଅବସର କାଳୀନ ସମସ୍ତ ପ୍ରାପ୍ୟ ବି ପାଇ ମାସିକିଆ ପେନସନ ମଧ୍ୟ ପାଇ ସାରିଲେଣି। ହେଲେ ଅବସର ଗ୍ରହଣ ର ପାଖାପାଖି ୮୨ ଦିନ ପରେ ଆସିଛି ବଦଳି ଆଦେଶ, ସେ କାଳେ ଯାଇ ଜଏନ୍ କରିବେ ବରଗଡ଼ ଜିଲ୍ଲାର ଅମ୍ବାବୋହନସ ପଶୁ ଚିକିତ୍ସାଳୟ ରେ। ଦେଖନ୍ତୁ ଏହି ଆଦେଶ ଚିଠି କୁ !
ଏଠି ପ୍ରଶ୍ନ ଉଠୁଛି ଜଣେ ଅଧିକାରୀ ତାଙ୍କର ଅବସରକାଳୀନ ର ସମସ୍ତ ଆର୍ଥିକ ସୁବିଧା ସୁଯୋଗ ପାଇ ସାରିଲା ପରେ କିଭଳି ବିଭାଗ ଜାଣି ପାରୁନାହୁଁ ସେ ଅଧିକାରୀ ଚାକିରି ରେ ଅଛନ୍ତି ନା ନାହାନ୍ତି ? ତେଣୁ ଏଥିପାଇଁ ଦାୟୀ କିଏ ? ବଦଳି ଆଦେଶ କରିଥିବା ଅଧିକାରୀ ୭୨୧୯/୨୨-୦୫-୨୩ ରେ ବଦଳି ଆଦେଶ କରିଥିବା ବେଳେ, ଡ଼ଃ ତନ୍ମୟ କୁମାର ମହାନ୍ତି ପୁନଃ ବଦଳି ଆଦେଶ କୁ ରଦ୍ଧ କରିଛନ୍ତି ଚିଠି ନମ୍ବର ୭୨୪୭/୨୨-୦୫-୨୩ ରେ। ଅର୍ଥାତ୍ ଡଃ ତନ୍ମୟ କୁମାର ମହାନ୍ତି ଙ୍କ ବଦଳି ଆଦେଶ ଓ କ୍ୟାନସେଲ୍ ବା ରଦ୍ଦ ଆଦେଶ ଭିତରେ ୨୦ ଟି ଚିଠି ବିଭାଗ ପକ୍ଷରୁ ହୋଇସାରିଛି। ତେବେ ଏହି ୨୦ ଟି ଚିଠି ବିଭାଗ ପକ୍ଷରୁ ହୋଇଥିବା ବେଳେ କିଭଳି ବିଭାଗୀୟ ଅଧିକାରୀ ଜାଣି ପାରୁନାହାନ୍ତି ଜଣେ ଅଧିକାରୀ ୮୨ ଦିନ ତଳୁ ଅବସର ନେଇ ସାରିଲାଣି ?
କଥା ଉଠୁଛି “ଏଠି ବାଁ ହାତ ଜାଣୁନି ଡାହାଣ ହାତ କ’ଣ କରୁଛି” ? ଅର୍ଥାତ୍ ମୁକ ପଶୁ ପକ୍ଷୀ ଙ୍କ ପାଇଁ ହୋଇଥିବା ଚିକିତ୍ସାଳୟରେ ଦୀର୍ଘ ଦିନ ଧରି ଏମାନଙ୍କ ସେବା କରି ଅବସର ନେଇଥିବା ଜଣେ ଅଧିକାରୀ ଙ୍କ ପାଇଁ ଏହି ବଦଳି ଆଦେଶ ଉପହାସ ନୁହେଁ ତ ଆଉ କ’ଣ ହୋଇପାରେ ? ଏହାର ତଦନ୍ତ ହୋଇ ସଂପୃକ୍ତ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ଜରୁରୀ ହୋଇ ପଡିଛି।
Get real time updates directly on you device, subscribe now.
Prev Post