ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

13

Get real time updates directly on you device, subscribe now.

ବରଗଡ(ସଂଘର୍ଷ ମିଡିଆ) : ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ କଳଙ୍ଗାପାଲି ପଞ୍ଚାୟତ ସିଧିରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଚିତ୍ରସେନ ବାରିକ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଛାତ୍ରୀ ମାନେ ବିଦାୟ କାଳୀନ ସଙ୍ଗୀତ ଗାନ କରିଥିଲେ। ଏହି ଅବସରରେ ଭୂତପୂର୍ବ ଶିକ୍ଷକ ଶ୍ରୀଯୁକ୍ତ ତାରାଚାନ୍ଦ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଭୂତପୂର୍ବ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମୂରଲୀଧର ସା ଯୋଗଦାନ କରିଥିଲେ। ଶିକ୍ଷା କମିଟିର ସଭାପତି/ସଦସ୍ୟ/ସଦସ୍ଯା ତଥା ଗ୍ରାମର ଗୋନ୍ତିଆ, ଭଦ୍ରବ୍ୟକ୍ତି ବୃନ୍ଦ , ଅଭିଭାବକ ବୃନ୍ଦ ତଥା ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ। ସମସ୍ତ ଅତିଥି ମାନେ ଅଭିଭାଷଣ ଦେଇଥିଲେ। ଅଭିଭାଷଣରେ ଛାତ୍ର ଛାତ୍ରୀ ମାନେ ବାରିକ ସାର ଙ୍କ ଗୁଣଗାନ କରି ନିଜର ଦୁଃଖ ପ୍ରକାଶ କରିଥିଲେ। ଶେଷରେ ଶ୍ରୀଯୁକ୍ତ ଚିତ୍ରସେନ ବାରିକଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଛ ଦେଇ ସମ୍ମାନିତ କରିବା ସହିତ ସିଧିରା ଗ୍ରାମରେ ପରିକ୍ରମା କରାଯାଇଥିଲା। ପରିଶେଷରେ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଗ୍ରାମର ଭଦ୍ରବ୍ୟକ୍ତି ମାନେ ତାଙ୍କ ନିଜ ଗ୍ରାମ ଘେଁସ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ବରଗଡ଼ରୁ ଯୁଧିଷ୍ଠିର ବାରିକଙ୍କ ରିପୋର୍ଟ ସଂଘର୍ଷ ନ୍ଯୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More