ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ

18

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :- ସୋନପୁର ସହର ପରିଚିତ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ହିମାଂଶୁ ଦାଶ (୭୪)ଙ୍କ ପରଲୋକ ଘଟିଛି । ଗତ କାଲି କଟକ ମୂଖ୍ୟ ଡାକ୍ତରଖାନାରେ ତାଙ୍କର ବିୟୋଗ ହୋଇଅଛି। ଦୀର୍ଘ ଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥରେ ଥିଲେ।ତାଙ୍କର ଶେଷ ଦର୍ଶନରେ ନିଜସ୍ଵ ବାସଭବନରେ ବହୁ ମାନ୍ୟଗଣ ଲୋକ ଉପସ୍ଥିତ ଥିଲେ। ସ୍ୱଗର୍ତ ଦାଶ ଜଣେ ମେଳାପୀ,ନିର୍ଭିକ, ନିଷ୍ଠାପର ପ୍ରଧାନ ଶିକ୍ଷକ ଭାବରେ ପରିଚିତ ଥିଲେ । ସ୍ଥାନୀୟ ତ୍ରିବେଣୀ ରାମେଶ୍ଵର ଘାଟଠାରେ ବଡପୁଅ ନିରାକର ଦାଶ ମୁଖାଗ୍ନି ଦେଇ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି। ଶେଷ ସମୟରେ ସାନପୁଅ ଭାସ୍କର ଦାଶ ଓ ବିବାହିତ ତିନି ଝିଅ ଓ ଜାଇଁ ଉପସ୍ଥିତ ଥିଲେ। ସୁବର୍ଣ୍ଣପୁରରୁ ରାଜ କିଶୋର ତିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଊଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More