ଅବଦୁଲ କାଦର ହତ୍ୟା ଘଟଣାରେ ଗଣଧାରଣା

18

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – କଟକଜିଲ୍ଲା କିଶନନଗର ଥାନା ପ୍ରହରାଜପୁର ନମାଜ ପଡିଆ ଠାରେ ଅଟୋ ଡ୍ରାଇଭର ଅବଦୁଲ କାଦରକୁ ଗଳାକାଟି ନିର୍ମମଭାବେ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତସହ ମୃତକଙ୍କ ପରିବାରକୁ ନ୍ୟାୟ ଦାବୀରେ ମୃତକଙ୍କ ପରିବାର ଓ ସାମାଜିକ ସଂଗଠନ ଗଣ ସଂଗ୍ରାମ କମିଟି ପ୍ରହରାଜପୁର ପକ୍ଷରୁ କିଶନନଗର ଥାନା ସମ୍ମୁଖରେ ଅନିର୍ଦ୍ଦିଷ୍ଟସମୟ ପାଇଁ ଗଣଧାରଣା। ଏହି ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ସଚିନିକୁ ପୋଲିସ ଗିରଫ କରାଯାଇଥିବାବେଳେ ପୋଲିସର ତଦନ୍ତରେ ଅସନ୍ତୁଷ୍ଟ ହୋଇ ମୃତକଙ୍କ ପରିବାର ଓ ସାମାଜିକ ସଂଗଠନ ପକ୍ଷରୁ କ୍ରାଇମବ୍ରାଞ୍ଚ ତଦନ୍ତ ସହ ମୃତକଙ୍କ ପରିବାରକୁ ନ୍ୟାୟ ଦବୀରେ ଥାନା ସମ୍ମୁଖରେ ଗଣ ଧାରଣା। ସୂଚନାମୁତାବକ ପୋଲିସ ମୁଖ୍ୟ ଅଭିଯୁକ୍ତ ସଚିନକୁ ଘଟଣା ସ୍ଥଳକୁ ଆଣି ସିନି୍ ରିକ୍ରିଏସନ୍ କରି ପରିତ୍ୟକ୍ତ ପୋଖରୀରୁ ମୃତ ଅବଦୁଲର ଲୁଙ୍ଗି ଗଞ୍ଜି ସହିତ ଯେଉଁଥିରେ ମାରିଥିଲେ ଧାରୁଆ ଅସ୍ତ୍ରକୁ ଜବତ କରିଛି। ହେଲେ ପୋଲିସର ତଦନ୍ତରେ ଅସନ୍ତୁଷ୍ଟ ହୋଇ କ୍ରାଇମି ରିକ୍ରିଏସନ୍ ସାରି ପୋଲିସ ଫେରୁଥିବା ସମୟରେ ପୋଲିସି ଗାଡିକୁ ଅଟକାଇରଖିଥିଲେ ମୃତକଙ୍କ ପରିବାର ଓ ଗ୍ରାମବାସୀ। ହତ୍ୟାକାଣ୍ଡର ମୁକ୍ଷ୍ୟଅଭିଯୁକ୍ତକୁ ପୋଲିସ ଗିରଫକରିଛି ନା ଆତ୍ମସମର୍ପଣ କରିଛି ପୋଲିସ ସ୍ପଷ୍ଟ କରୁନାହିଁ କାହିଁକି। ସଚିନ ଏହି ହତ୍ୟାକାଣ୍ଡର ପ୍ରକୃତ ହତ୍ୟାକରି ନା ଅନ୍ୟକିଏ ଏ ନେଇ ମୃତକଙ୍କ ପରିବାରଲୋକେ ଓ ସାମାଜିକ ସଂଗଠନ ପୋଲିସ ନିକଟରେ ଦାବୀ କରୁଛନ୍ତି। ଏପଟେ ପୋଲିସ ଆଇନଶୃଙ୍ଖଳାକୁ ଆଖିଆଗରେ ରଖି 4ପ୍ଲାଟୁନ ଫୋର୍ସ ମୃତୟନ କରିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More