ଅବକାରୀ ବିଭାଗ ତରଫରୁ ଚଢ଼ାଉ, ୨ ଗିରଫ

19

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : ନବରଙ୍ଗପୁର ଜିଲା ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳ ସାମନ୍ତ ଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ଥାନା ଅଧିନ ଜଟାବାଲ, ମୁଣ୍ଡିଗୁଡା, ପୋଖନାଗୁଡା, ମାନିଗାଁ, ନୂଆଗୁଡା, କୋଇଲାରୀ ଓ ସରାଗୁଡା ଗ୍ରାମରେ ଅବକାରୀ ବିଭାଗ ଚଢ଼ାଉ କରି ୨୫୦ଲିଟର ମଦ ଜବତ କରିବା ସହ ୫ହଜାର ଲିଟର ମହୁଲ ପୋଚ ନଷ୍ଟ କରିଛି । ଏଥିରେ ସମ୍ପୃକ୍ତ କୋଇଲାରୀ ଗ୍ରାମର ଡମ୍ବରୁ ଗୌଡ଼ ଓ ସରାଗୁଡା ଗ୍ରାମର ଧନମତି ମାଝୀ ଙ୍କୁ ଗିରଫ କରାଯାଇଛି । ଏହି ଚଢ଼ାଉ ସମୟରେ ଅବକାରୀ ବିଭାଗ ର ଅବକାରୀ ଭ୍ରାମ୍ୟମାଣ ନବରଙ୍ଗପୁର ନିରୀକ୍ଷକ ସୁଧୀର କୁମାର ସାହୁ , ଉମରକୋଟ ଅବକାରୀ ନିରୀକ୍ଷକ ହରିହର ସିଂ , ଡାବୁଗାଁ ଅବକାରୀ ଉପ ନିରିକ୍ଷକ ବିଜୟ ଭୂଷଣ ନାୟକ , ରାଇଘର ଅବକାରୀ ଉପନିରୀକ୍ଷକ ସୁଜିତ କୁମାର ନାଗ , ଅବକାରୀ ଏଏସଆଇ ସୁନାଧର କିର୍ଷାନୀ, କୁଶ ଜାଲ, ମାଖନ ହଲଦାର, ଅବକାରୀ କର୍ମଚାରୀ ସୁରେନ୍ଦ୍ର କୁମାର ପଣ୍ଡା, ସୁବାସ ଗୌଡ, ଦେବାଶିଷ ଦାସ, ନାରାୟଣ ମୁଦୁଲି, ରିନା ଗଡନାୟକ, ଯୋସ୍ନା ହରିଜନ, ଗୁଟୁଳ ନାୟକ,କାଲମଣୀ ମୁଦୁଲି ପ୍ରମୁଖ ଚଢାଉରେ ସାମିଲ ଥିଲେ । ନବରଙ୍ଗପୁର ଜିଲ୍ଲାରୁ ରଵିନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ଷ୍ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More