ଅବକାରୀ ବିଭାଗ ଓ ରେଲବାଇ ସୁରକ୍ଷା ପୋଲିସର ମିଳିତ ଚଢ଼ାଉରେ ବ୍ରାଉନ ସୁଗାର ଜବତ ସହ ଦୁଇ ଗିରଫ

20

Get real time updates directly on you device, subscribe now.

ରାଉରକେଲା (ସଂଘର୍ଷ ମିଡିଆ) ଏହି ଚଢ଼ାଉ ସମୟରେ ଦୁଇଜଣ ଅଭିଯୁକ୍ତ ପୋଲିସ ଦେଖି ଫେରାର ହେଉଥିବା ସମୟରେ ସେମାନଙ୍କୁ କାବୁ କରାଯାଇଥିଲା | ତା ପରେ ପୋଲିସ ଦୁଇଜଣ ବ୍ରାଉନସୁଗାର ବ୍ୟବସାୟୀଙ୍କଠାରୁ ୨୦୪.୪୨୦ ଗ୍ରାମ୍ ବ୍ରାଉନସୁଗାର ପ୍ୟାକେଟ ସହ ଦୁଇଟି ସ୍ମାର୍ଟଫୋନ ଓ ଛଅ ହଜାର ଟଙ୍କା ଜବତ କରିଥିଲେ| ସେହି ବ୍ୟବସାୟୀଙ୍କଠାରୁ ଜାବତ ହୋଇଥିବା ବ୍ରାଉନସୁଗାର ମୂଲ୍ୟ ୨୦ ଲକ୍ଷ ୫୦ ହଜାର ୨ ସହ ଟଙ୍କା ହେବ ବୋଲି ରାଉରକେଲା ଅବକାରୀ ଅଧିକ୍ଷକ ଆସଫ ଅଲ୍ଲି ସୂଚନା ଦେଇଥିଲେ | ଏଥିସହ ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଆଛନ୍ତି ସେ ନେଇ ପଲିସ୍ ପକ୍ଷରୁ ତଦନ୍ତ ଜାରି ରହିଛି| ଏନେଇ ଅବକାରୀ ପୋଲିସ ଏକା ମାମଲା (ନଂ.୧୦୩/୨୩) ରୁଜୁ କରି ଅଭିଜୁକ୍ତଙ୍କୁ କୋର୍ଟ ଚାଲାଣ କରିଛି | ଏହି ଚଢ଼ାଉ ସମୟରେ ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକ ଓ ସବଇନ୍ସପେକ୍ଟର ଶ୍ରୀଧର ମହାନ୍ତି ଉପସ୍ଥିତ ଥିଲେ |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More