ଅବକାରୀ ଚଢାଉ ,ମଦ ଜବତ ଓ ୨ ଗିରଫ

16

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) – ଶୁକ୍ରବାର ସନ୍ଧ୍ୟାରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରେ ଡାବୁଗାଁ ଅବକାରୀ ବିଭାଗ ଚଢାଉ କରି ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି | ପୂଜାରିଗୁଡା ଗ୍ରାମରେ ଚଢାଉ କରି ୧୦ ଲିଟର ଦେଶୀ ମଦ ଜବତ କରିବା ସହ ଏଥିରେ ସମ୍ପୃକ୍ତ ସେହି ଗ୍ରାମର ସମାରୁ ଜାନୀ (୫୮) ଙ୍କୁ ଗିରଫ କରାଯାଇଛି | ଏନେଇ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୧/୨୦୨୩-୨୪ ରେ ଏକ ମାମଲା ରୁଜୁ କରାଯାଇଛି | ମେଦନା ଗ୍ରାମରେ ଚଢାଉ କରି ୧୮୦ମିଲି ର ୩୫ ଟି ବିଦେଶୀ ମଦ ମୋଟ ୬ ଲିଟର ୩୦୦ ମିଲି ଜବତ କରିବା ସହ ଏଥିରେ ସମ୍ପୃକ୍ତ ସେହି ଗ୍ରାମର କୃଷ୍ଣ ଚନ୍ଦ୍ର ବିଶୋୟୀ (୩୮) ଙ୍କୁ ଗିରଫ କରାଯାଇଛି | ଏନେଇ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୨/୨୦୨୩-୨୪ ରେ ଏକ ମାମଲା ରୁଜୁ କରାଯାଇଛି | ଏହି ଚଢାଉରେ ଅବକାରୀ ଉପନିରୀକ୍ଷକ ବୁଲୁ ପାତ୍ର, ସହ ଉପନିରୀକ୍ଷକ ମାଖନ ହାଲଦାର, କର୍ମଚାରୀ ନାରାୟଣ ମୁଦୁଲି, ଶ୍ରୀକାନ୍ତ ବିଶୋୟୀ ଓ ସୁରେଖା ଭତ୍ରା ପ୍ରମୁଖ ସାମିଲ ଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More