ଅବକାରୀ ଓ ପୋଲିସଙ୍କ ମିଳିତ ଚଢାଉ : ମଦ ପୋଚ ନଷ୍ଟ , ୫ ଗିରଫ

32

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳ ସାମନ୍ତଙ୍କ ନିର୍ଦେଶ କ୍ରମେ ଓ ନବରଙ୍ଗପୁର ଅବକାରୀ ନିରିକ୍ଷକ ସୁଧୀର କୁମାର ସାହୁ ଏବଂ କୋଷାଗୁମୁଡା ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବୁରୁଦାଙ୍କ ନେତୃତ୍ୱରେ ଅବକାରୀ ଓ ପୋଲିସଙ୍କ ମିଳିତ ଭାବେ ଗତକାଲି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବହୁ ମାତ୍ରାରେ ଦେଶୀମଦ ଓ ମହୁଲ ପୋଚ ଜବତ କରି ଛନ୍ତି। ମିଳିଥିବା ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅନ୍ତର୍ଗତ ବାମୁଣି,ସାନ ଆମ୍ବଡା, କିଡ୍ରପାଲି ଗ୍ରାମ ଉପରେ ଚଢ଼ାଉ କରି ପ୍ରାୟ ୧୫୦ ଲିଟର ଦେଶୀ ମଦ ଓ ପ୍ରାୟ ୧୮୦୦ ଲିଟର ମହୁଲ ପୋଚକୁ ଜବତ କରି ବିଭାଗ ପକ୍ଷରୁ ସେଗୁଡାକୁ ନଷ୍ଟ କରାଯାଇଥିଲା । ଏଥିରେ ସମ୍ପୃକ୍ତ ବାମୁଣି ଗ୍ରାମର ବଳଦେବ ବିଶୋଇଙ୍କ ଠାରୁ ୨୩ ଲିଟର ଦେଶୀ ମଦ ଓ ସାନ ଆମ୍ବଡା ଗ୍ରାମର ଜଗବନ୍ଧୁ ବିଶୋଇଙ୍କ ଠାରୁ ୨୫ ଲିଟର ଦେଶୀ ମଦ ଓ କିଡ୍ରିପାଲି ଗ୍ରାମର ଗୋବର୍ଦ୍ଧନ ମୁରିୟାଙ୍କ ଠାରୁ ପ୍ରାୟ ୧୮ ଲିଟର ଦେଶୀ ମଦ ଜବତ କରି ୩ ଜଣ ଅଭିଯୁକ୍ତକୁ କୋଷାଗୁମୁଡ଼ା ଥାନା ରେ ୨୩/୬-(A)(C),୮୦,୮୧,୮୨ କେସ ନମ୍ବରରେ ମାମଲା ରୁଜ୍ଜୁ କରି ଗିରଫ କରାଯାଇଛି । ଏପଟେ ଅବକାରୀ ବିଭାଗ ପକ୍ଷରୁ ଆଉ ଦୁଇ ସଂଧିଗ୍ଧଙ୍କୁ ଗିରଫ କରି ଅବକାରୀ ବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଡାଉରେ କୋଡ଼ିଙ୍ଗା ଅବକାରୀ ବିଭାଗ ର ଏସ ଆଇ ହରପ୍ରସାଦ ରଣା, ଏ,ଏସ,ଆଇ- ଜଗବନ୍ଧୁ ଯାନୀ,ଏ,ଏସ, ଆଇ- ରାଜେନ୍ଦ୍ର ପଟନାୟକ, କନେଷ୍ଟବଳ ଦେବେନ୍ଦ୍ର ସମରଥ,ରୀନା ବଡ଼ନାୟକ,ରଞ୍ଜିତ ସିଂ ଙ୍କ ସହ କୋଷାଗୁମୁଡା ଥାନା ର ଏସ,ଆଇ,-ସୁଧାଂଶୁ ବାରିକ,ଏସ, ଆଇ-ରାମଚନ୍ଦ୍ର ନାୟକ,ଏ, ଏସ, ଆଇ- ବି, କେ, ସ୍ବାଇଁ, ଆଇ, ଆର, ବି-କନେଷ୍ଟବଳ-ମଧୁସୂଦନ ଗୌଡ଼, ଅ, ଏ,ପି, ଏସ-ମୁକ୍ତା ମାଝୀ ପ୍ରମୁଖ ପୋଲିସ କର୍ମଚାରୀ ସାମିଲ ଥିଲେ । ଦିନକୁ ଦିନ ସ୍ଥାନୀୟ ଅଞ୍ଚଳରେ ଅସାମାଜିକ ଓ ମଦୁଆଙ୍କ ପ୍ରଭାବକୁ ଅଙ୍କୁଶ ଲଗାଇବା ର ଆରମ୍ଭ କରିଛି, ଅବକାରୀ ଏବଂ ପୋଲିସ ର ମିଳିତ ଉଦ୍ୟମରେ ଦେଶୀ ମଦର ରାକେଟର ପର୍ଦାଫାଶ ହୋଇଛି । ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More