ଅଫିସ୍ ଗୃହର ସିଲିଂରୁ ପ୍ଲାଷ୍ଟର ଖସି ଜଣେ ଶିକ୍ଷୟିତ୍ରୀ ଓ ସିଆରସିସିଙ୍କ ମୁଣ୍ଡ ଫାଟି ଆହତ

35

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ତାଳଦା ପଂଚାୟତ ପଢ଼ିଆରୀ ନୋଡାଲ ବିଦ୍ୟାପୀଠରେ ଅଘଟଣ । ଅଫିସ୍ ଗୃହର ସିଲିଂରୁ ପ୍ଲାଷ୍ଟର ଖସି ଜଣେ ଶିକ୍ଷୟିତ୍ରୀ ଓ ସିଆରସିସିଙ୍କ ମୁଣ୍ଡ ଫାଟି ଆହତ ହୋଇଛନ୍ତି। ଆହତ ଶିକ୍ଷୟିତ୍ରୀ ହେଲେ ପ୍ରିୟଦର୍ଶିନୀ ସେନାପତି ଓ ସିଆରସିସି ତ୍ରିଲୋଚନ ବେହେରା ଏହି ଦୁଇ ଜଣଙ୍କ ମୁଣ୍ଡ ଫାଟିଥିବା ବେଳେ ଖେଳ ଶିକ୍ଷକ ଦୈତାରୀ ନାୟକଙ୍କ ହାତରେ ଆଘାତ ଲାଗିଛି। ଉଭୟ ଆହତଙ୍କୁ ନିକଟସ୍ଥ ଜଗତସିଂହପୁର ଜିଲ୍ଲାର ବାଲିକୁଦା ମେଡିକାଲରେ ଭର୍ତ୍ତି କରାଯାଇଛି। ଶିକ୍ଷୟିତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ରେଫର କରାଯାଇଛି । ସବୁଠାରୁ ବଡ଼କଥା ହେଉଚି 5 ଟି ରୂପାନ୍ତରିତ କାର୍ଯ୍ୟର ୬ ମାସ ପରେ ନିମ୍ନମାନର କାର୍ଯ୍ୟ ଯୋଗୁ ଅଫିସ୍ ସିଲିଂରୁ ପ୍ଲାଷ୍ଟର ଖସିବା ଘରଣା ଚର୍ଚ୍ଚାର ବିଷୟ ହୋଇଚି। ପୂର୍ବରୁ ତାଳଦା ପଞ୍ଚାୟତ ଏଡ଼ବାଂଶ ପଢ଼ିଆରୀ ବିଦ୍ୟାପୀଠରେ ଆଜି ଏକ ମିଟିଂ ଥିଲା। ମଧ୍ୟାହ୍ନ ଭୋଜନ ପରେ ସିଆରସିସି ତ୍ରିଲୋଚନ ବେହେରା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଡାକିଥିଲେ | ଶ୍ରୀ ବେହେରା ଓ ଉକ୍ତ ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ସେନାପତି ଅଫିସରେବସିଥିଲେ । ଏହି ସମୟରେ ଅଫିସ୍ ଘର ସିଲିଂରୁ ହଠାତ୍ ପ୍ଲାଷ୍ଟର ଖସିଥିଲା । ଯେଉଁଥୁରେ ସିଆରସିସି ଓ ଶିକ୍ଷୟିତ୍ରୀଙ୍କର ମୁଣ୍ଡ ଫାଟି ଗୁରୁତର ହୋଇ ଥିଲେ। ଖବର ପାଇ ଅନ୍ୟ ଶିକ୍ଷକ ଓ ସ୍ଥାନୀୟ ଲୋକେ ପହଞ୍ଚି ଜଗତସିଂହପୁର ଜିଲା ବାଲିକୁଦାରେ ଥ‌ିବା ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଶିକ୍ଷୟିତ୍ରୀ ଜଣକ ଅଧିକ ଗୁରୁତର ଥ‌ିବାରୁ ତାଙ୍କୁ ଜଗତସିଂହପୁର ରେଫର କରାଯାଇଛି । ତେବେ ଏଠି ସାଧାରଣ ରେ ପ୍ରଶ୍ନ ଉଠୁଛି ଏହି ଘଟଣା ଘଟିବା ପାଇ ଦାୟୀ କିଏ ? ଯଦି କାହାର କିଛି ହୋଇଯାଇଥାନ୍ତି ସେଥିପାଈଁ ଦାୟୀ କିଏ ରହିଥାନ୍ତି। ଏଣୁ ଏହାର ତଦନ୍ତ କରାଯାଇ ଦୋଷୀ ବ୍ୟକ୍ତିଙ୍କ ଉପରେ କଡ଼ା କାର୍ଯ୍ୟନୁଷ୍ଠାନ ପାଇଁ ଦାବୀ ହୋଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More