ଅପହଞ୍ଚ ୪ଜି ନେଟୱାର୍କ ସେବା, ପାହାଡ଼ ଉପରେ ଅନ୍ ଲାଇନ ପାଠ ପଢା

41

Get real time updates directly on you device, subscribe now.

ନରସିଂହପୁର ( ସଂଘର୍ଷ ମିଡିଆ ) : ନରସିଂହପୁର କଟକ ଜିଲ୍ଲାର ନରସିଂହପୁରର ଉପକଣ୍ଠ ଅଞ୍ଚଳର କେତେକ ସ୍ଥାନରେ ଆଜିବି ମୋବାଇଲ ନେଟୱାର୍କ ସେବା ଆଜି ବି ଅପହଞ୍ଚ ହୋଇ ରହିଛି । କୌଣସି ବଣଜଙ୍ଗଲ ନୁହେଁ ନରସିଂହପୁର ଉପକଣ୍ଠର ଏମିତି ଗାଁ ଅଛି ଯେଉଁଠି ଆଜିବି ଲୋକମାନେ ମୋବାଇଲ ନେଟୱାର୍କ ସେବା ପାଇଁ ଅନ୍ ଲାଇନ କ୍ଳାସ ପାଇଁ କାହା ଘର ଛାତକୁ ଗଲେଣି ତ କେଉଁଠି ଜଙ୍ଗଲ ପାହାଡ଼ ପାହାଡ଼ ପାଦଦେଶ ଅଞ୍ଚଳକୁ ଜୀବାକୁ ପଡ଼ୁଛି । ଆମେ ନରସିଂହପୁର ବ୍ଲକର ବଣ ଜଙ୍ଗଲ ଘେରା ଦେବଭୂଇଁ ଓ ଓଲବ ଅଞ୍ଚଳ କଥା କହୁନୁ ଏହେଉଛି ନରସିଂହପୁର ଉପକଣ୍ଠର ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ଦୁଇ କିଲୋମିଟର ଦୂର କାକୁଡ଼ିଆ ପଞ୍ଚାୟତ ଜଗନ୍ନାଥ ସାହି କଥା । କହୁଛୁ ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ କାକୁଡ଼ିଆ ର କେତେକ ଅଞ୍ଚଳକୁ ଆଜି ମଧ୍ୟ ମୋବାଇଲ ସେବା ଅପହଞ୍ଚ ହୋଇ ରହିଛି । ଯାହା ଫଳରେ ମୋବାଇଲ ନେଟୱାର୍କ ସେବା ନଥିବାରୁ ଛାତ୍ରଛାତ୍ରୀ ମାନେ ଅନ୍ ଲାଇନ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ଆଉ କିଛି ଜଣ ଅନ୍ ଲାଇନ ଶିକ୍ଷା ପାଇଁ ଜଙ୍ଗଲ ପାହାଡ଼ ପାଦଦେଶକୁ ଯାଉଥିବା ଦେଖିବାକୁ ମିଳିଛି । କରୋନା ସଂକ୍ରମଣ ସମୟରେ ସମସ୍ତ ପ୍ରକାର ସ୍କୁଲ କଲେଜ ବନ୍ଦ ଥିବାରୁ ଘରେ ରହି ପିଲା ପାଠ ପଢ଼ିବେ,ଶିକ୍ଷକ ମାନେ ଅନ୍ ଲାଇନ ମାଧ୍ୟମରେ ପାଠ ପଢ଼ାଇବେ ଛାତ୍ରଛାତ୍ରୀମାନେ ସ୍ମାର୍ଟ ଫୋନ ରେ ପାଠ ପଢ଼ିବେ । ମାତ୍ର କିଛି ପିଲାଙ୍କ ପାଇଁ ହଜାର ହଜାର ଟଙ୍କା ଦେଇ ଦାମୀ ମୋବାଇଲ ବା ସ୍ମାର୍ଟ ଫୋନ କିଣିବା ସମ୍ଭବ ହେଉଥିବାରୁ କିଛି ଛାତ୍ରଛାତ୍ରୀ ଅନ୍ ଲାଇନ ଶିକ୍ଷାରୁ ବଞ୍ଚିତ ହେଉଥିବା ବେଳେ ଆଉ କିଛି ସାଙ୍ଗ ମାନଙ୍କ ମୋବାଇଲରେ ମିଶି ପାଠ ପଢୁଛନ୍ତି । ଆଉ କିଛି ଧାରା କରଜ କରି ମୋବାଇଲ କିଣି ପାଠ ପଢୁଛନ୍ତି । ମାତ୍ର ଆଉ କେତେକଙ୍କର ସ୍ମାର୍ଟ ଫୋନ ଅଛି କିନ୍ତୁ ନେଟୱାର୍କ ସେବା ନଥିବାରୁ ଅନ୍ ଲାଇନ ପାଠ ପଢ଼ାରୁ ବଞ୍ଚିତ ହେଉଥିବା ବେଳେ ଆଉ କିଛି ଅନ୍ ଲାଇନ ପାଠ ବଢିବା ପାଇଁ କାହା ଘର ଛାତ ଉପରକୁ ଗଲେଣି ତ ଆଉ କିଛି ପାହାଡ଼ ଜଙ୍ଗଲ ଏବଂ ପଡ଼ିଆରେ ଖରାରେ ବସି ପାଠ ପଢ଼ୁଥିବା ଦେଖିବାକୁ ମିଳିଛି । କାକୁଡ଼ିଆ ଜଗନ୍ନାଥ ସାହିର ଉପର ସାହିକୁ ଆଦୌ କୌଣସି ନେଟୱାର୍କ ସେବା ଆସୁନଥିବାରୁ ସ୍କୁଲ ଓ କଲେଜରେ ପଢୁଥିବା ପ୍ରାୟ ୩୦ ଛାତ୍ର ଛାତ୍ରୀ ନିକଟସ୍ଥ ପାହାଡ଼ ଓ ଜଙ୍ଗଲ ନିକଟକୁ ଲାଗିଥିବା ଖେଳ ପଡ଼ିଆ ଏବଂ ଜଣେ ବ୍ୟକ୍ତିଙ୍କ ଘର ଛାତ ଉପରେ ବସି ପାଠ ପଢିଥିବା ଦେଖିବାକୁ ମିଳିଛି । ଏହେଉଛି ଆଜିର ଡିଜିଟାଲ ଇଣ୍ଡିଆର ବାସ୍ତଵଚିତ୍ର କାକୁଡ଼ିଆ ଗ୍ରାମରେ ତୁରନ୍ତ ଏକ ମୋବାଇଲ ଟାୱାର ନିର୍ମାଣ କରିବା ସହିତ ବିଭିନ୍ନ ସ୍ଥାନରେ ମୋବାଇଲ ସେବା ଯୋଗାଇ ଦେବାକୁ ଦାବୀ ହେଉଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More