ଅପହଞ୍ଚ ଦୂରରେ ପୁରୀ ଜିଲ୍ଲା ନିମାପଡା ବ୍ଲକର ସାତକାଳିଆ ଗ୍ରାମ

151

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ) : – ପୁରୀ ଜିଲ୍ଲା ନିମାପଡା ବ୍ଲକ ଠାରୁ ମାତ୍ର 5 କିଲୋମିଟର ଦୂରରେ ଥିବା ସଲଙ୍ଗ ଗ୍ରାମପଞ୍ଚାୟତ ସାତକାଳିଆ ଗ୍ରାମ । ସତେ ଯେମିତି କୋଉ ଏକ ଉପାନ୍ତ ଅଞ୍ଚଳରେ ଥିବା ସଡ଼କ ପରି ମନେ ହୁଏ । ରାସ୍ତାର ଅବସ୍ଥା ଏପରି ହୋଇଛି ଯେ କେହି ନଦେଖିଲେ ବିଶ୍ୱାସ ହେବନି । ସମସ୍ଥ ପ୍ରକାର ଜରୁରୀ କାଳୀନ ସେବା ପାଇବାରୁ ବଞ୍ଚିତ ହୁଅନ୍ତି ଗ୍ରାମବାସୀ।ଅଗ୍ନି ସେବା ବିଭାଗ ହେଉ କି ଆମ୍ବୁଲାନ୍ସ ଗାଁକୁ ଆସିପାରି ନଥାଏ ।ଏପରି ଗ୍ରାମ ରହିଛି ଯେଉଁଠି ସରକାରଙ୍କର ଯୋଜନା ଅପହଞ୍ଚ ଗର୍ଭବତୀ ମହିଳା ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ହେଉଅବା ପ୍ରସୂତି ପାଇଁ ଡାକ୍ତରଙ୍କ ପରାମର୍ଶ ପାଇଁ ଯିବା ଆସିବା କେତେ ଯେ କଷ୍ଟ ଅନୁଭବି ହିଁ ଜାଣିଛି ।ମରଣଯନ୍ତା ପାଲଟିଛି ରାସ୍ତା । ଖାଲ ଖମାରରେ ଭର୍ତ୍ତି ହେବା ସହ ରାସ୍ତା ଫାଟି ଆଁ କରିଛି । ମେଣ୍ଟାଲ ରାସ୍ତାରେ ପଡିଛି । ଫଳରେ ଯାତାୟତ ସମୟରେ ନାହିଁନଥିବା ଅସୁଥିବାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଏହି ରାସ୍ତାର ଅବସ୍ଥା ଦେଖିଲେ ଚାଲିବାକୁ ମଧ୍ୟ ଭୟ ଲାଗୁଛି । କିନ୍ତୁ ନିଜର କାମପାଇଁ ଏହି ରାସ୍ତାରେ ଯାତାୟତ କରୁଛନ୍ତି ସ୍ଥାନୀୟ ବାସିନ୍ଦା । ଏହି ରାସ୍ତା ଦେଇ ଗ୍ରାମର ଲୋକମାନେ ଚଳପ୍ରଚଳ କରୁଛନ୍ତି । ରାସ୍ତାର ଉନ୍ନତିକରଣ ପାଇଁ ବହୁବାର ପ୍ରଶାସନ ନିକଟରେ ଗୁହାରି ମଧ୍ୟ କରିଛନ୍ତି ଗ୍ରାମବାସୀ, କିନ୍ତୁ କିଛି ସୁଫଳ ଆଜି ପର୍ଯ୍ୟନ୍ତ ମିଳିପାରି ନାହିଁ । ଏହି ରାସ୍ତା ଦେଇ ସ୍କୁଲ ଛାତ୍ରଛାତ୍ରୀ ବୃଦ୍ଧା ଯାତାୟତ କରୁଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଁକୁ ଅଟୋ ରିକ୍ସା ଯାଇପାରୁ ନାହିଁ l ନିମାପଡା ନିର୍ବାଚନ ମଣ୍ଡଳୀରେ ଏମିତି ଏକ ଗାଁ ରହିଛି ସ୍ୱାଧୀନତାର 76 ବର୍ଷ ପରେ ମଧ୍ୟ ଗ୍ରାମକୁ ନାହିଁ ରାସ୍ତା ସ୍ବାସ୍ଥ୍ୟ ସେବା ଓ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସଂଯୋଜକ ହୋଇ ନଥିବାରୁ ପିଇବା ପାଣି ସମସ୍ୟା ଦେଖିବାକୁ ମିଳିଛି। ବାରମ୍ବାର ଗ୍ରାମବାସୀ ପ୍ରଶାସନକୁ ସମସ୍ୟା ଦୂର ପାଇଁ ଦାବି କଲେ ମଧ୍ୟ ପ୍ରଶାସନ କିମ୍ବା ନେତା ଗ୍ରାମବାସୀଙ୍କ ଅଭିଯୋଗ ଉପରେ ଗୁରୁତ୍ୱ ଦେଉନାହାନ୍ତି ।ଇଏ କେଉଁ ଉପାନ୍ତ ଅଂଚଳର ହୋଇ ନ ଥିଲାବେଳେ ଗ୍ରାମକୁ ଆମ୍ବୁଲାନ୍ସ ପଶୁନାହିଁ ଗୁରୁତର ରୋଗୀ ଓ ଗର୍ଭବତୀ ମହିଳାମାନେ ଖଟିଆରେ ବୁହା ହୋଇ ସ୍ୱାସ୍ଥ୍ୟ କେନ୍ଦ୍ର ଆସୁଛନ୍ତି ।ରାସ୍ତା ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଗ୍ରାମ ବାସୀ ଦାବି ଜଣାଇଥିଲେ ମଧ୍ୟ ଗ୍ରାମବାସୀଙ୍କ ଅଭିଯୋଗ ପ୍ରତି ପ୍ରଶାସନ ଦୃଷ୍ଟି ଦେଉନାହିଁ । ଗ୍ରାମକୁ ସ୍ବାସ୍ଥ୍ୟ ସେବା ଅପହଞ୍ଚ ହୋଇପଡିଛି ବ୍ଲକ ପ୍ରଶାସନ ଏହି ଗ୍ରାମକୁ ତୁରନ୍ତ ଭଲ ସଡ଼କ ନିର୍ମାଣ କରିବା ସହିତ ପାନୀୟ ଜଳ ଯୋଗାଣ ପାଇଁ ସୁବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More