ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଳକ ଅଞ୍ଚଳ ଗୁମ୍ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଉମରି ଗ୍ରାମର ସଦାଶିବ ପ୍ରଧାନୀ ଏବେ ନବରଙ୍ଗପୁର ସଦର ବିଧାୟକ l ହେଲେ ତାଙ୍କ ଗ୍ରାମକୁ ଯିବା ଅତ୍ୟନ୍ତ ବିପଦପୂର୍ଣ୍ଣ l ରବିବାର ଛାଡି ଦେଲେ ସବୁଦିନ କୋମଳମତି ଛାତ୍ର ଛାତ୍ରୀ ମାନେ ବିପଦପୂର୍ଣ୍ଣ ରାସ୍ତାରେ ବିଦ୍ୟା ଅଧ୍ୟୟନ କରିବାକୁ ଉମରି ର ଅଞ୍ଚଳ ଗୁମ୍ମା ଆସିବାର ଦେଖାଯାଉଛି l ତେନ୍ତୁଳିଖୁଣ୍ଟି ବ୍ଳକ ଅଧ୍ୟକ୍ଷା ନୀଳେଦ୍ରୀ ନାୟକ ଓ ଉପାଧ୍ୟକ୍ଷ ରାଜେନ୍ଦ୍ର ନାୟକ ଉକ୍ତ ରାସ୍ତା ଦେଇ ନିତିଦିନ ବ୍ଳକ କାର୍ଯ୍ୟାଳୟକୁ ଆସିଥାଆନ୍ତି l ଏତଦ୍ ବ୍ୟତୀତ ନବରଙ୍ଗପୁର ବିଧାୟକ ମଧ୍ୟ ଏହି ରାସ୍ତାରେ ଯାତାୟାତ କରି ଥାଆନ୍ତି l ହେଲେ ଉକ୍ତ ରାସ୍ତା ପ୍ରତି କାହାରି ଦୃଷ୍ଟି ନାହିଁ କି ସବୁ ଦେଖି ନୀରବ ଦ୍ରଷ୍ଟା ସାଜିଛନ୍ତି l ପ୍ରକାଶ ଥାଉକି ଉକ୍ତ ପଞ୍ଚାୟତ କୁ ଲାଗି ବିଜେପି ଜିଲ୍ଳା ସଭାପତି ଜଗଦୀଶ ବିଶୋଇ ରହିଛନ୍ତି, ହେଲେ ସ୍ଵର ଉତ୍ତୋଳନ କରିବାକୁ ସତ୍ ସାହସ କାହାରି ନାହିଁ l କାରଣ କଣ ଜଣା ପଡୁନାହିଁ l ଆଗକୁ ନିର୍ବାଚନ, ଏହି ରାସ୍ତାର ଦୃଶ୍ୟ ଦେଖିଲେ ଜନତା ଜାଣିବେ ତାଙ୍କ ପାଇଁ ଜନପ୍ରତିନିଧି ମାନେ କେତେ ଦରଦ l ସ୍ୱାଧୀନତାର ପଚସ୍ତରୀ ବର୍ଷ ହୋଇ ଥିଲେ ହେଁ ରାସ୍ତାର ଅବସ୍ଥା କେବେ ସୁଧୁରିବ ତାହା ସମସ୍ତଙ୍କୁ ବିସ୍ମୟ ରେ ପକାଇଦେଇଛି l ଉକ୍ତ ରାସ୍ତା ପ୍ରତି କେବେ ପ୍ରଶାସନର ଦୃଷ୍ଟି ପଡି ରାସ୍ତା ସୁଧୁରିବ ତାହା ଦେଖିବାକୁ ବାକି ରହିଲା l ଦୀପ ତଳ ଅନ୍ଧାର ପରି ଏଇ ରାସ୍ତା ଅନ୍ଧାରରେ ରହିଯାଇଛି l ଖୋଦ୍ ବିଧାୟକ ତାଙ୍କ ଶାସନକାଳରେ ଏଇ ରାସ୍ତା କଲେନି ତ ଆଉ କରିବେ କେତେବେଳେ l ଉକ୍ତ ରାସ୍ତାରେ କୁନିକୁନି ଛୋଟ ପିଲାମାନଙ୍କ ଜୀବନ ବିପଦପୂର୍ଣ୍ଣ ରହିଥିବାରୁ କେତେବେଳେ କାହାର ଜୀବନ ଯିବ କିଏ ଦାୟୀ ରହିବ ଛାତ୍ର ଛାତ୍ରୀ ମାନେ ପ୍ରଶାସନ ନିକଟରେ ପ୍ରଶ୍ନ ଉତ୍ଥାପନ କରିଛନ୍ତି l ପ୍ରଶାସନ କି ଉତ୍ତର ଦେବ ପ୍ରଶାସନ ହିଁ ଜାଣିଛି ବୋଲି ଜନରବ ହେଉଛି l ନେତା ମାନଙ୍କ ଅଣ ଦେଖା ଏଥିରୁ ସ୍ପଷ୍ଟ ବାରି ହେଉଛି l ୧୫ ବର୍ଷ ଆଗରୁ ଅଞ୍ଚଳ ଗୁମ୍ମା ଗ୍ରାମ ପଞ୍ଚାୟତ ଠାରୁ ଭୀମା ଗୁଡା, ମାଳିଗୁଡ଼ା ବରଣପୁର,କାମତା କୁସୁମି, ତାରା ଗୁଡା,ଅମଲାଭଟାର ଜନସାଧାରଣ ପ୍ରତିଦିନ କାଠ ପୋଲରେ ଯିବା ଆସିବା କରୁଥିଲେ l ଆଜି ଉମରି ରାସ୍ତା ଦେଖିବା ପରେ ବିକାଶ ପୁଣି
୧୫ ବର୍ଷ ପଛକୁ ଫେରିଗଲା କି ବୋଲି ବ୍ଳକ ବାସୀ ଙ୍କ ଠାରୁ ପ୍ରତିକ୍ରିୟା ପ୍ରକାଶ ପାଇଛି l ଏଥିନେଇ ରାସ୍ତାର ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଏ ଅଞ୍ଚଳ ବାସୀ ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l
Get real time updates directly on you device, subscribe now.
Prev Post