ଅପମିଶ୍ରିତ ହଳଦୀ ଓ ଲଙ୍କାଗୁଣ୍ଡ ମିଲ୍ ଉପରେ ଚଢ଼ାଉ, ମାଲିକ ଗିରଫ

34

Get real time updates directly on you device, subscribe now.

ଗଞ୍ଜାମ(ସଂଘର୍ଷ ମିଡିଆ ) :- ଆକ୍ସନ ମୁଡ୍ ରେ ଗଂଜାମ ପୋଲିସ । ଅପମିଶ୍ରିତ ହଳଦୀ ଓ ଲଙ୍କାଗୁଣ୍ଡ ମିଲ କୁ କଲା ଚଢାଉ । କିଛିଦିନ ତଳେ ନକଲି ଘିଅ ଓ ତେଲ କାରଖାନା ଚଢଉ ହୋଇଥିବା ବେଳେ ଏବେ ପୁଣି ଚଢାଉ ହେଲା ନକଲି ହଳଦୀ ଓ ଲଙ୍କାଗୁଣ୍ଡ ମିଲ । ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ଏନ୍ଏସି ରୋଡ଼ ଗଳିରେ ଥିବା ଏକ ମିଲ୍ ଉପରେ ପୁଲିସ୍ ପକ୍ଷରୁ ଚଢଉ କରାଯାଇଛି । ସେଠାରେ ହଳଦୀ ଏବଂ ଲଙ୍କାଗୁଣ୍ଡକୁ ଅପମିଶ୍ରିତ କରି ମିଲିଂ କରାଯାଉଥିବା ଅଭିଯୋଗରେ ଏସ୍.ଡି.ପି.ଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ନେତୃତ୍ବରେ ପୁଲିସ୍ ଟିମ୍ ଚଢଉ କରି ମିଲ ମାଲିକ ବାବୁରାମ ପଣ୍ଡାକୁ ଗିରଫ କରିବା ସହ ହଳଦୀ ଗୁଣ୍ଡ, ଚାଉଳ ଗୁଣ୍ଡ, ଲଙ୍କା ଗୁଣ୍ଡ ସହିତ ମେସିନ୍ ଏବଂ ଓଜନ ଯନ୍ତ୍ରକୁ ଜବତ କରିଛି । ଅପମିଶ୍ରଣ କରୁଥିବା ଅଭିଯୋଗରେ ବାବୁରାମ ପଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସେ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ଏସ୍.ଆଇ ମନସ୍ବିନୀ ମହାନ୍ତି ବିଶ୍ବସ୍ତ ସୁତ୍ରୁର ଖବର ପାଇ ଏହି ମିଲ୍ ରେ ଚଢଉ କରିଥିଲେ । ସେଠାରେ ହଳଦୀରେ ଚାଉଳ ମିଶାଇ ମିଲିଂ କରାଯାଉଥିବା ଦେଖିବାକୁ ପାଇ ଥାନା ଅଧିକାରୀ ସୁଦୀପ୍ତ ସାହୁଙ୍କୁ ଖବର ଦେଇଥିଲେ । ପରେ ସେଠାରେ ପହଞ୍ଚି ୧୫୦ କେଜି ହଳଦୀ ଗୁଣ୍ଡ, ୧୧୩ ଗୋଟି ୧ କେଜି ପ୍ୟାକେଟର ଲଙ୍କାଗୁଣ୍ଡ, ୨୩ ଗୋଟି ୨୫୦ ଗ୍ରାମ୍ ଲଙ୍କାଗୁଣ୍ଡ, ୩ ପ୍ୟକେଟ୍ ୨୫ କେଜିର ଚାଉଳ ଗୁଣ୍ଡ, ୩୫ କେଜି ଗୋଟା ହଳଦୀ, ୨୫ କେଜିର ୨ ଗୋଟି ଚାଉଳ ପ୍ୟକେଟ୍,ପ୍ୟାକିଂ ଯନ୍ତ୍ର ଏବଂ ଓଜନ ଯନ୍ତ୍ର ଜବତ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More