ଅନ୍ଧାରୀ ନଦୀରେ ଭାସିଯାଇଥିବା ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ଜୀବନ୍ତ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର

26

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ ) : ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଧିନସ୍ଥ ମଣଦା ଫାଣ୍ଡି ଅଞ୍ଚଳ ଆହ୍ଲାପାଣି ଗ୍ରାମର ଦୁଇ ଯୁବକ ଯଥା ୪୫ ବର୍ଷିୟ ଗୋପିନାଥ ପାତ୍ର ଓ ୪୦ ବର୍ଷିୟ ଦିବାକର ଟୁଡୁ ଗତ ଶୁକ୍ରବାର ସନ୍ଧ୍ୟାରେ ସମୟରେ ମଣଦାରୁ ନିଜ କାମ ସାରି ଗ୍ରାମ ଆହ୍ଲାପାଣିକୁ ଫେରୁଥିବା ସମୟରେ କାଶିଦା- ବଡଗୁଡା ଅନ୍ଧାରୀ ନଦୀର ଉପରେ କାଠପୋଲ ଉପରେ ଯାଉଥିବା ସମୟରେ କାଠ ପୋଲଟି ଲଗାଣ ବର୍ଷା ଯୋଗୁଁ ଭାସି ଯାଇଥିଲା । ନଦୀ ଜଳସ୍ତର ପ୍ରଖର ଥିବାରୁ ଉଭୟେ ନଦୀ ଗର୍ଭରେ ଭାସି ଯାଇଥିଲେ ମାତ୍ର ଭାଗ୍ୟବଶତଃ ଗୋପିନାଥ ଭାସିଯାଇ କାଶିତାଣ୍ଡି ଵୁଦାରେ ଲଟକି ଯାଇଥିଲେ ।ଗାଁ ଲୋକେ ବହୁ କଷ୍ଟରେ ତାଙ୍କୁ ଉଦ୍ଧାର କରିଥିଲେ । ଅନ୍ୟ ପକ୍ଷରେ ଦିବାକର ଟୁଡୁ ନଦୀ ଗର୍ଭରେ ଲୀନ ହୋଇଯାଇଥିଲେ।ଖବର ପାଇ ବିଶୋଇ ପୋଲିସ, ବିଶୋଇ ଅଗ୍ନିଶମ ବିଭାଗ ଓ ମଣଦା ଫାଣ୍ଡି ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ଗତ ଦୁଇ ଦିନ ଧରି ଖୋଜିବା ପରେ ଆଜି ରବିବାର ସକାଳୁ ମଣଦା ଫାଣ୍ଡି ଅଧିକାରୀ ବିନୟ କୁମାର ବେହେରା,ମାନସ ମଣ୍ଡଳ, ଯଶୋବନ୍ତ ମହାନ୍ତ,ରାଇସେନ୍ ବାବୁ, ଟୁଡୁ ବାବୁ, ଗ୍ରାମ ରକ୍ଷୀ ସମେତ ଆହ୍ଲାପାଣି ଓ ଅନ୍ଧାରଝରୀ ଗାଁ ଲୋକେ ମିଶି ନଦୀ କୂଳେ କୂଳେ ଖୋଜିବା ଆରମ୍ଭ କରିଥିଲେ ଫଳରେ ରବିବାର ମଧ୍ୟାହ୍ନ ସମୟରେ ଅନ୍ଧାରଝରୀ ଗାଁ ମୁଣ୍ଡ ନଦୀରେ ଭାସମାନ ଅବସ୍ଥାରେ ଦିବାକର ଟୁଡୁ ର ମୃତ୍ୟ ଦେହ ଠାବ କରିଥିଲେ।ପରେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ନଦୀ ଗର୍ଭରୁ ଦିବାକର ଟୁଡୁକୁ ଉଦ୍ଧାର କରିଥିଲେ।ଏ ବାବଦରେ ମଣଦା ଫାଣ୍ଡି ଅଧିକାରୀ ବିନୟ କୁମାର ବେହେରା ଏକ ଅପମୃତ୍ୟୁ ମାମଲା ୨୪/୨୨ ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଥିଲେ । ସେଠାରେ ସଂଧ୍ୟାରେ ପୋଲିସ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ଦିବାକର ଟୁଡୁ ଜଣେ ଦିନ ମଜୁରୀଆ ।ଘରେ ତାଙ୍କର ଦୁଇଟି ସାନ ଝିଅ ଓ ପତ୍ନୀ ଅଛନ୍ତି ।ଦୁଃଖରେ ସେମାନେ ଭାଙ୍ଗି ପଡିଛନ୍ତି । ସରକାର ସହାୟତା ପାଇଁ ଗ୍ରାମବାସୀ ଦାବି କରୁଛନ୍ତି ।ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More