ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

35

Get real time updates directly on you device, subscribe now.

ଆଜି ୭ମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କଟକ ଦକ୍ଷିଣ ଡାକମଣ୍ଡଳର ଅଧୀନରେ ଥିବା ଜଗତସିଂହପୁର ପ୍ରଧାନ ଡାକଘର ପକ୍ଷ୍ୟରୁ ପ୍ରଧାନ ଡାକପାଳ ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁଙ୍କ ଅଧକ୍ଷ୍ୟତାରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଯୋଗ ଦିବସରେ ଡାକପାଳ ଙ୍କ ସହିତ ଅବିନାଶ ଜେନା,ବେଣୁଧର ସାହୁ,କୁଶ କୁମାର,ଓମ ପ୍ରକାଶ,ପ୍ରଭାକର ମଲ୍ଲିକ,ସୁରେଶ କୁମାର ସ୍ୱାଇଁ,ରମେଶ ଚନ୍ଦ୍ର ମଲ୍ଲିକ, ବୁଦ୍ଧଦେବ ମୁଦୁଲି ଏବଂ ପୂର୍ଣ୍ଣଚନ୍ଦ୍ର ଦାସ ପ୍ରମୁଖ କର୍ମଚାରୀ ମାନେ ଉପସ୍ଥିତ ରହିବା ସହିତ ବିଭିନ୍ନ ପ୍ରକାରର ଯୋଗାଭ୍ୟାସ କରିଥିଲେ ।ଏଥି ସହ କଟକ ଦକ୍ଷିଣ ଡାକମଣ୍ଡଳ ଅଧୀନରେ ଥିବା ଜଗତସିଂହପୁର ସମେତ ୨ ଟି ପ୍ରଧାନ ଡାକଘର ଓ ୫୪ ଟି ଉପ-ଡାକଘରେ ବୁକ ହୋଇଥିବା ସମସ୍ତ ଡାକ ଏବଂ ବଣ୍ଟନ କରାହେବାକୁ ଥିବା ସମସ୍ତ ଚିଠି ଗୁଡିକରେ ଉଭୟରେ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଅନ୍ତର୍ଜାତୀୟ ଯୋଗଦିବସ ୨୦୨୧ ଲେଖା ଥାଇ କାଳିର ଏକ ଚିତ୍ରିତ ରୂପାଙ୍କନ ଛାପ ରୂପେ ଏହି ବିଶେଷ ରଦ୍ଦକରଣ ଷ୍ଟାମ୍ପ ବ୍ୟବହାର କରାଯାଇଛି । ଏହି ଅନ୍ତର୍ଜାତୀୟ ଯୋଗ ଦିବସର ମହତ୍ତ୍ୱ ପ୍ରତିପାଦନ ନିମିତ୍ତ ଭାରତୀୟ ଡାକ ବିଭାଗ ତରଫରୁ ସମଗ୍ର ଭାରତରେ ସ୍ଥିତ ଏହାର ୮୧୦ ଟି ପ୍ରଧାନ ଡାକଘର ମାଧ୍ୟମରେ ଏହି ରେଖା ଚିତ୍ରିତ ଏକ ବିଶେଷ ରଦ୍ଦକରଣ ଷ୍ଟାମ୍ପ ବ୍ୟବହାର କରାଯାଇଛି । ଏହା ଏକ ପ୍ରକାର ସର୍ବ ବୃହତ ଏକକାଳୀନ ଡାକଟିକଟ ସଂଗ୍ରହ ସ୍ମୃତିଚାରଣ ମଧ୍ୟରେ ପରିଗଣିତ ହେବାକୁ ଯାଉଛି । ଡାକଟିକେଟ ଲଗାଇ ଏହାର ପୁନଃବ୍ୟବହାର ରୋକାଯିବାକୁ ରଦ୍ଦକରଣ କୁହାଯାଇଥାଏ । ଏହା ଡାକଟିକେଟ ସଂଗ୍ରହ ଏବଂ ଅଧ୍ୟୟନ ବା ଫିଲାଟେଲିକ ଷ୍ଟଡିଜର ଏକ ବିଷୟ ବସ୍ତୁ ଅଟେ । ବିଗତ ବର୍ଷ ମାନଙ୍କରେ ଡାକଟିକେଟ ସଂଗ୍ରହ ଉତ୍ସାହ ହ୍ରାସ ପାଉଥିବା ଦୃଷ୍ଟିରୁ ଏହି କଳାକୁ ପୁନର୍ଜୀବିତ କରାଯିବାକୁ ଭାରତୀୟ ଡାକବିଭାଗ ପକ୍ଷ୍ୟରୁ ଡାକଟିକଟ ସଂଗ୍ରହ ପାଇଁ ଏକ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଦେଶ ସତର୍କତାର ସହ ଲକଡାଉନ ରୁ ବାହାରକୁ ଆସୁଥିବାରୁ ୮ଶହରୁ ଅଧିକ ବିଶେଷ ରଦ୍ଦକରଣର ଏକ ଦିନ ନିମିତ୍ତ ପ୍ରଚଳନ ଏକ ବିଶାଳ ଡାକ ସ୍ମୃତି ସ୍ୱରୂପ ଡାକଟିକେଟ ସଂଗ୍ରହ କ୍ଷେତ୍ରରେ ସୁଯୋଗର ସମ୍ଭାର ନେଇ ଆସିବା ସହିତ ଦେଶରେ ଫିଲାଟେଲିକ କାର୍ଯ୍ୟକଳାପକୁ ପୁନଃ ପ୍ରଜ୍ବଳିତ କରିପାରିବ ବୋଲି କଟକ ଦକ୍ଷିଣ ଡାକମଣ୍ଡଳର ଡାକ ଅଧିକ୍ଷକ ଶ୍ରୀଯୁକ୍ତ ଗଜେନ୍ଦ୍ର ପ୍ରସାଦ କର କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More