ପୁରୀ(ସଂଘର୍ଷ ମିଡିଆ): – ଉଦଯାପିତ ହୋଇଚି ଅନ୍ତର୍ଜାତୀୟ ବାଲୁକା ଚିତ୍ରକଳା ମହୋତ୍ସବ। କୋଣାର୍କ ଚନ୍ଦ୍ରଭାଗା ରେ ଚାଲିଥିବା ବାଲୁକା ଚିତ୍ରକଳା ମହୋତ୍ସବରେ ଶେଷ ଦିବସର ଥିମ୍ ଥିଲା ମାଣବସା ଗୁରୁବାର ଓ ମନ୍ଦିର ସୁରକ୍ଷା। ମହିଳା ବାଲୁକା ଚିତ୍ର ଶିଳ୍ପୀ ମାନେ ମାଣବସା ଗୁରୁବାରକୁ ନେଇ ବିଭିନ୍ନ ଡିଜାଇନ୍ ର ବାଲୁକା ଚିତ୍ରକଳା ତିଆରି କରିଥିଲେ । ଯାହାକି ବେଶ ଆକର୍ଷଣୀୟ ହୋଇଥିଲା। ବାଲୁକା ଚିତ୍ରକଳା ଓଡ଼ିଆ ଘରର ପରମ୍ପରା ଝଲକ ଦେଖିଥିଲେ ଦେଶ ବିଦେଶରୁ ଆସିଥିବା ପର୍ଯ୍ୟଟକ। ସେହିପରି ପୁରୁଷ ବାଲୁକା ଚିତ୍ର ଶିଳ୍ପୀ ମାନେ ମନ୍ଦିର ସୁରକ୍ଷା ଥିମ୍ ନେଇ ବାଲୁକା ଚିତ୍ରକଳା ନିର୍ମାଣ କରିଥିଲେ। ଓଡ଼ିଶାର ପୁରାତନ ଐତିହ କୋଣାର୍କ ମନ୍ଦିର, ଶ୍ରୀ ମନ୍ଦିର ସମେତ ଅନେକ ପୁରାତନ କୀର୍ତ୍ତିରାଜି ବାଲୁକା ଚିତ୍ରକଳାରେ ସ୍ଥାନ ପାଇଥିଲା। ଆମ ପୁରାତନ ଐତିହ କୀର୍ତ୍ତିରାଜି ମନ୍ଦିରର ସୁରକ୍ଷା କରିବା ନେଇ ସମସ୍ତେ ଆଗେଇ ଆସିବାକୁ ବାଲୁକା ଚିତ୍ରକଳାରେ ବାର୍ତା ଦିଆଯାଇଥିଲା।ଆନ୍ତର୍ଜାତିକ ବାଲୁକା ଚିତ୍ରକଳା ମହୋତ୍ସବ କୋଣାର୍କ ଚନ୍ଦ୍ର ଭାଗା ରେଗତ ଡ଼ିସେମ୍ବର 1 ତାରିଖ ରେ ଉଦ୍ଘାଟନ ହୋଇଥଲା।ଏହାକୁ ଦେଖିବାକୁ ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ଶହେ ଅଧିକ ବାଲୁକା ଚିତ୍ରଶିଳ୍ପୀ ଏହି ବାଲୁକା ଚିତ୍ରକଳା ମହୋତ୍ସବରେ ସାମିଲ ହୋଇଥିଲେ। ଆମେରିକା, ଅଷ୍ଟ୍ରେଲିଆ, ବେଲାଋଷ, ଋଷିଆ ଆଦି ବିଦେଶ ରୁ ମଧ୍ଯ ଅନେକ ବାଲୁକା ଚିତ୍ର ଶିଳ୍ପୀ ଏହି ବାଲୁକା ଚିତ୍ରକଳା ମହୋତ୍ସବ ରେ ସାମିଲ ହୋଇଥିଲେ। ଡିସେମ୍ବର 1 ତାରିଖ ରୁ 5 ତାରିଖ ଯାଏ ଅନୁଷ୍ଠତ ହେବାକୁ ଥିବା ବାଲୁକା ଚିତ୍ରକଳା ମହୋତ୍ସବରେ ପ୍ରତିଦିନ ଏକ ଥିମ୍ ଦିଆଯାଇଥିଲା। ସେହି ଟିମ୍ ଅନୁଯାଇ ଚିତ୍ର ଶିଳ୍ପୀ ମାନେ ବାଲୁକା ଚିତ୍ରକଳା ତିଆରି କରୁଥିଲେ।ତେବେ ଏହି ବାଲୁକା ଚିତ୍ରକଳା ମହୋତ୍ସବକୁ ଦେଖିବାକୁ ହଜାର ହଜାର ଦର୍ଶକଙ୍କ ଭିଡ ଜମିଥଲା। ଏହି ବାଲୁକା ଚିତ୍ରକଳା ମହୋତ୍ସବ ସାରା ଭାରତରେ ସର୍ବ ବୃହତ୍ ବାଲୁକା ଚିତ୍ର କଳା ମହୋତ୍ସବ। ଏହାକୁ ଦେଶ ବିଦେଶରୁ ଅନେକ ଅର୍ଟିଷ୍ଟ ଆସିଥାନ୍ତି। ଓଡ଼ିଶା ପର୍ଯ୍ୟଟନ ବିଭାଗର ସହଯୋଗ ରୁ ଏହି କାର୍ଯ୍ୟକ୍ରମ ସଫଳ ହେବାରେ ଲାଗିଚି। ସେପଟେ ଏହି ବାଲୁକା ଚିତ୍ରକଳା ମହୋତ୍ସବ ରେ ସାମିଲ ହୋଇଥିବା ଅର୍ଟିଷ୍ଟ ବେଶ୍ ଖୁସି ବ୍ୟକ୍ତ କରିଥିଲେ। ଏଭଳି କାର୍ଯକ୍ରମ ଏକ ସୁଜୋଗ ହୋଇ ଥିବା ବେଳେ ସବୁ ଅର୍ଟିଷ୍ଟ ଏଠାରେ ନିଜର ର ଉତ୍କୃଷ୍ଟ କଳା ଦେଖାଇବା ପାଇଁ ବେଶ୍ ଉତ୍ସାହିତ ଥାନ୍ତି ବୋଲି ବାଲୁକା ଚିତ୍ର ଶିଳ୍ପୀ କହିଥିଲେ। ସେପଟେ ବିଦେସୀ ପର୍ଯ୍ୟଟକ ଏଭଳି ବାଲୁକା ଚିତ୍ରକଳା ଦେଖି ଅଭିଭୂତ ହୋଇଥିଲେ। ଓଡ଼ିଶାର କଳା ସଂସ୍କୃତିକୁ ଉଚ୍ଚ ପ୍ରଶଂସା କରିଥିଲେ।