ଅନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ ପାଳିତ

34

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ଅବସରରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ଜିଲ୍ଲାର ସମସ୍ତ ସମୁଦ୍ରକୁଳରେ ସଫେଇ ଅନୁଷ୍ଠିତ ହୋଇ ଯାଇଛି। ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ କର୍ମକର୍ତା ଓ ସରକାରୀ ଅଧିକାରୀ ଏହି ସଫେଇ ଅଭିଯାନରେ ସାମିଲ ହୋଇଥିଲେ। ମୁଖ୍ୟତଃ ବେଳାଭୂମିକୁ ଆବର୍ଜନାରୁ ମୁକ୍ତ ରଖିବା , ସମୁଦ୍ର ଜଳ ପ୍ରଦୂଷଣ ରୋକିବା ହେଉଛି ଏହି ଦିବସର ମୁଖ୍ୟ ଉଦେଶ୍ୟ ।
ପୁରୀ ଜିଲ୍ଲାରେ ୫୧ଟି ସ୍ଥାନରେ ଏକ ସଙ୍ଗରେ ସକାଳ ୫ରୁ ୬ ଘଟିକା ମଧ୍ୟରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୁରୀ ପୌରସଂସ୍ଥା ଅଧିନସ୍ଥ ହୋଟେଲ ଷ୍ଟର୍ଲିଂ ଠାରୁ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ୧୦ ଟି ସ୍ଥାନ, କୋଣାର୍କରେ ୧୦, କୃଷ୍ଣପ୍ରସାଦର ୧୧, ବ୍ରହ୍ମଗିରି, ଅସ୍ତରଙ୍ଗ, ଗୋପ ଓ କାକଟପୁରର ପ୍ରତ୍ୟେକ ୫ଟି ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିନିମନ୍ତେ ଜିଲ୍ଲପାଳ ଶ୍ରୀ ବଲୱନ୍ତ ସିଂ ସଂପୃକ୍ତ ବିଡିଓ ମାନଙ୍କୁ ଦାୟିତ୍ୱ ଦେଇଥିଲେ । ପ୍ରତ୍ୟେକ ସ୍ଥାନରେ ୧୦ ଜଣ ସ୍ବେଚ୍ଛାସେବୀ ଓ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତ ଦିଆଯାଇଥିଲା । ମହାମାରୀ କରୋନାକୁ ଦୃଷ୍ଟିରେ ରଖି ସଫେଇ ସମୟରେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ଉପରେ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଥିଲା । ପ୍ରତ୍ୟେକ ବର୍ଷ ସେପ୍ଟମ୍ବର ମାସ ତୃତୀୟ ଶନିବାର ଦିନ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ ପାଳିତ ହେଉଛି । ବେଳାଭୂମି ଓ ସମୁଦ୍ରର ସୁରକ୍ଷା ଏବଂ ସଫେଇ ଦିଗରେ ସଚେତନତା ଲୋଡି ଏହି ଦିବସ ପାଳନ କରାଯାଉଛି । ଅନ୍ୟପଟେ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ ଅବସରରେ ବିଶିଷ୍ଟ ବାଲୁକାଶିଳ୍ପୀ ବେଳାଭୂମିରେ ବାଲିରେ କିପ ମି କ୍ଲୀନର ବାର୍ତା ଦେଇଛନ୍ତି। ସମୁଦ୍ରକୁଳ ଓ ସମୁଦ୍ର ଜଳକୁ ସମସ୍ତେ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ଦୃଢ଼ ସଂକଳ୍ପ ନେବାକୁ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଲୋକଙ୍କୁ ଅନୁରୋଧ କରିଛନ୍ତି । ପୁରୀରୁ ଶଙ୍କର ସରକାରଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More