ଅନୈତିକ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ, ସାଙ୍ଗ ସାଜିଲା ସୈତାନ

16

Get real time updates directly on you device, subscribe now.

ମୟୂରଭଞ୍ଜ (ସଂଘର୍ଷ ମିଡିଆ) : – ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅଧିନରେ ଥିବା କାଠଛୁଆ ଗ୍ରାମ ରେ ଥିବା ନଦୀରୁ ଏକ ଅଜଣା ମୃତଦେହ ଭାସୁଥିବାର ଦେଖି ଲୋକେ ଶରତ ଥାନାକୁ ଖବର ଦେଇଥିଲେ । ଶରତ ଥାନା ଅଧିକାରୀ ଏବଂ ତାଙ୍କ ଟିମ ଆସି ତଦନ୍ତ କରିଥିଲେ, ଏବଂ ଜାଣିବାକୁ ପାଇଥିଲେ କି ଏହା ଏକ ସୁକଳ୍ପିତ ହତ୍ୟାକାଣ୍ଡ । ଶରତ ଥାନା ଅଧିକାରୀ ସଂଗେ ସଂଗେ ବାରିପଦାରୁ ସାଇଣ୍ଟିଫିକ ଟିମକୁ ଡକାଇ ତଦନ୍ତ କରି ଜାଣିବାକୁ ପାଇଲେ ମୃତକ ଜଣକ ହେଲେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ କୁନ୍ତୀଡିହା ଗ୍ରାମର ଲାଲା ବୁରୁଲି, ପିତା -ତୁମ୍ବା ବୁରୁଲି,ମୃତକ ଏବଂ ତାଙ୍କୁ ହତ୍ୟା କରିଥିବା ରତ୍ନା ଉଭୟେ ଦୁଇ ସାଙ୍ଗ ମୃତକଙ୍କର ରତ୍ନାଙ୍କ ସ୍ତ୍ରୀ ସହିତ ଅନୈତିକ ସମ୍ପର୍କ ଥିଲା । ତାଙ୍କ ସମ୍ପର୍କକୁ ରତ୍ନା ଜାଣିପାରି ଲାଲା ବୁରୁଲିକୁ ବୁଲିବାକୁ ଡ଼ାକିନେଇ ଶରତ ନିକଟରେ ଥିବା କାଠଛୁଆ ନଦୀ ପଠାରେ ହତ୍ୟା କରି ମୃତ ଦେହକୁ ପାଣିରେ ଭସାଇ ଦେଇଥଲା l ପୋଲିସ ମୃତ ଦେହକୁ ଜବଦ କରି ଶବ ବ୍ୟବଛେଦ ପାଇଁ ପଠାଇ ଦେଇଥିଲା ଏବଂ ହତ୍ୟାକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ଏବଂ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା କାଠ ଓ ପଥରକୁ ଜବତ କରିଥିଲା l ଏ ବାବଦରେ ଆଜି ଏସଡିପିଓ ସାର୍ଥକ ରାୟ ସାମ୍ବାଦିକ ସମିଳନୀ ରଖିଥିଲେ l ମୟୁରଭଞ୍ଜ ଉଦଳାରୁ ଅଭିଷେକ ନାୟକ ସଂଘର୍ଷ ନିୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More