ଅନେକ ଇତିହାସ ଓ ଐତିହ୍ୟ ବହନ କରେ କେନ୍ଦ୍ରାପଡାର ଏହି ବତୀଘର

34

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) :- ସମୟ ଥିଲା ଭାରତକୁ ଇଂରେଜ ମାନେ ଶାସନ କରୁଥିଲେ। ସେତବଳ ସମୟରେ ଯାତାୟାତର ସୁବିଧା ନଥିଲା ଯେଉଁ ପଟେ ଯାତାୟାତ ସେହେଛି ଜଳପଥ। ବ୍ରିଟିଶ ଶାସନ ସମୟରେ ବ୍ରିଟିଶ ଗୋରାମାନେ ଜଳପଥ ଦେଇ ଲଞ୍ଚ ଓ ଜାହାଜରେ ଆସୁଥିଲେ ଭାରତର ବିଭିନ୍ନ ସ୍ଥାନକୁ। ରାତିର କିଟ୍ କିଟ୍ ଅନ୍ଧାରରେ ସମୁଦ୍ର ଭିତରେ ଲଞ୍ଚ ଓ ଜାହାଜକୁ ସିଗ୍ନାଲ ଦେଉଥିଲା ମହାକାଳପଡ଼ା ଅଞ୍ଚଳର ବତୀଘର। ଏବେ ସମୟ ବଦଳିଯାଇଛି ବିଜ୍ଞାନ ଯୁଗରେ ବୈଜ୍ଞାନିକମାନେ ଭାରତକୁ ବହୁ ଆଗକୁ ନେଇଛନ୍ତି। ଆଜିର ସମୟରେ ସମୁଦ୍ରରେ ଜାହାଜ ପାଇଁ ଏ ବତିଘର ଆଲୁଅର ଆବଶ୍ୟକ ନାହିଁ, କିନ୍ତୁ ସମୁଦ୍ରରେ ମାଛ ଧରାଳି ମାନେ ଝଡ଼ ବର୍ଷା ଓ ରାତି ସମୟରେ ଏହି ବତିଘର ଆଲୁଅ ଉପରେ ନିର୍ଭର କରିଥାନ୍ତି । ଏହି ବତୀଘର “ଫଲସ ପଏଣ୍ଟ”ଲାଇଟ ହାଉସ 1836 ମସିହା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ ମାତ୍ର ଗୋଟିଏ ବର୍ଷ ଭିତରେ ତିଆରି କରିଥିଲେ ବ୍ରିଟିଶ ସରକାର। ଆଜି ବି ଏହି ବତୀଘର ଅଞ୍ଚଳଟି ଅନେକ ଇତିହାସ ଓ ଐତିହ୍ୟ ବହନ କରୁଛି କିନ୍ତୁ ଏବେବି ଅନେକ ପର୍ଯ୍ୟଟକମାନେ ଆସନ୍ତି ବତିଘର ଦେଖିବା ପାଇଁ। ପର୍ଯ୍ୟଟକମାନେ ବତିଘର ବୁଲିବା ପାଇଁ ନୈକା ଓ ଭୁଟୁ ଭୁଟିରେ ଯାଇଥାନ୍ତି କିନ୍ତୁ ଏଯାଏଁ ବତିଘର ଯିବାପାଇଁ ପୋଲ ଟିଏ ହୋଇପାରିଲା ନାହିଁ। ପୋଲ ଟିଏ ନହେବା କାରଣରୁ ସରକାରଙ୍କ ଯୋଜନା ଠିକ୍ ସମୟରେ କାର୍ଯ୍ୟ କାରି ହୋଇପାରୁନି। (କେନ୍ଦ୍ରାପଡ଼ାରୁ ଜିଲ୍ଲା ପ୍ରତିନିଧି ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More