ଗଜପତି(ସଂଘର୍ଷ ମିଡିଆ) : -ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହେବ।ଏହି କାର୍ଯ୍ୟକ୍ରମ ଆସନ୍ତା 28. 11.2023 ଠାରୁ 2.12.2023 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସୂଚନା ଦେଲେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଷ୍ଟଲ ଖୋଲା ଯାଇ କୃଷି ଯନ୍ତ୍ରପାତି ପଦର୍ଶନ କରିବା ସହ ଚାଷି ରିହାତି ମୂଲ୍ୟରେ କୃଷି ଯନ୍ତ୍ରପାତି କ୍ରୟ କରିପାରିବେ ବୋଲି ଜଣାପଡିଛି।ଏଥିରେ କୃଷି ସହିତ ସଂପୃକ୍ତ ବିଭାଗର ବିଭିନ୍ନ ଷ୍ଟଲ ମାନ ଖୋଲା ଯାଇ ଚାଷୀଙ୍କୁ ସଚେତନତା କରାଯିବ।ପ୍ରତିଦିନ କୃଷି ପାଠ ଶାଳା ଅନୁଷ୍ଠିତ ହେବ। ବିଭିନ୍ନ ବ୍ଲକର ଚାଷି ଉପସ୍ଥିତ ରହିବେ ଓ ସେମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ସଚେତନତା କରାଯିବାର ବ୍ୟବସ୍ଥା ରହିଛି।