ଅନସନରେ ବସିଲେ ବଡପଡା ପଞ୍ଚାୟତର ଚାଷୀ

21

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : – ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପ୍ରାଥମିକ କୃଷି ସମବାୟ ସମିତିରେ ସମ୍ପାଦକ ନିଯୁକ୍ତିରେ ଅନିୟମିତତା ଦାବିରେ ଆମରଣ ଅନଶନରେ ବସିଲେ ଚାଷୀ ଓ ପଞ୍ଚାୟତବାସୀ। ଖବର ଅନୁଯାୟୀ ବଡପଡା କୃଷି ସମବାୟ ସମିତିରେ ହୋଇଥିବା ଜାଲ ନିଯୁକ୍ତି ଓ ବ୍ୟାପକ ଜାଲିଆତିକୁ ବିରୋଧ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଆସୁଥିଲେ ପଞ୍ଚାୟତବାସୀ କିନ୍ତୁ ଦୀର୍ଘ ୩ ବର୍ଷଧରି ସ୍ଥାନୀୟ ଲୋକମାନେ ଉପରିସ୍ଥ ଅଧିକାରୀମାନଙ୍କ ନିକଟରେ ଅଭିଯୋଗ କରିଆସୁଥିବା ବେଳେ ଉପରସ୍ଥ ଅଧିକାରୀମାନେ ଦୃଷ୍ଟି ନଦେବାରୁ ଯାହାର ପ୍ରତିଫଳନ ସ୍ୱରୂପ ପଞ୍ଚାୟତବାସୀ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ତ ହୋଇଥିଲେ। ଏବଂ ମାନ୍ୟବର ଉଚ୍ଚ ନ୍ୟାୟାଳୟ WPC କେସ ନମ୍ବର 14074/2020 ର ଶୁଣାଣି କରି ଓଡିଶା ସମବାୟ ସମିତି ନିବନ୍ଧକକୁ ଘଟଣାର ସତ୍ୟାସତ୍ୟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ ବି ଏଯାଏଁ କୈାଣସି ସୁଫଳ ନମିଳିବାରୁ ଆଜି ବଡପଡା କୃଷି ସମବାୟ ସମିତି ଲିଃ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ବଡପଡା କୃଷି ସମବାୟ ସମିତି ଲିଃର ସମ୍ପାଦକ ନିଜେ ଏସବୁ କଥାକୁ ଖଣ୍ଡନ କରିବା ସହିତ ସମ୍ପୁର୍ଣ୍ଣ ମନଗଢା ଓ ରାଜନୈତିକ ଯୋଗୁଁ ମୋତେ ହଇରାଣ କରିବାପାଇଁ ମୋ ବିରୋଧରେ ଏକ ଚକ୍ରାନ୍ତ। ସୁଣନ୍ତୁ କଣ କହୁଛନ୍ତି କାର୍ଯ୍ୟରତ ସମ୍ପାଦକ। (ପଟ୍ଟାମୁଣ୍ଡାଇ ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More