ଡାବୁଗାଁ(ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲା ଡାବୁଗାଁ ସଦରମହକୁମାସ୍ଥିତ ଓଡିଶା ରାଜ୍ୟ ବିହନ ନିଗମର ଧାନ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ଠାରେ ନିଗମର ଅଧିକୃତ ବିକ୍ରତା ମାନଙ୍କୁ ନେଇ ଏକ ତାଲିମ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଓଡିଶା ରାଜ୍ୟ ବିହନ ନିଗମ ମଣ୍ଡଳ ପରିଚାଳକ ଶୀତିକଣ୍ଠ ଦାସ ଯୋଗ ଦେଇ ବିକ୍ରେତା ମାନଙ୍କୁ ତାଲିମ ଦେଇଥିଲେ | ଏଥିରେ ଅନଲାଇନ ମାଧ୍ୟମରେ କିପରି ଚାଷୀଙ୍କ ମୋବାଇଲ ନମ୍ବର ରେ ଓଟିପି ଦ୍ଵାରା ଧାନ ବିହନ ବିକ୍ରି କରିବେ, ଗୋ- ସୁଗମ ପୋର୍ଟାଲ ମାଧ୍ୟମରେରେ ଚାଷୀ କିପରି କୃଷି କାର୍ଯ୍ୟ ପାଇଁ ଧାନ ବିହନ, କୃଷି ଜନ୍ତ୍ରପାତି କିଣିବା, କିପରି ସହଜରେ ରିହାତି ପାଇପାରିବେ ସେ ନେଇ ତାଲିମ ଦେଇଥିଲେ | ଏଥିରେ ନବରଙ୍ଗପୁର ଜିଲାର ୫ଟି ବ୍ଲକର ଲ୍ୟାମ୍ପ୍ସ କର୍ମଚାରୀ, ଅଧିକୃତ ବିକ୍ରେତାମାନେ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମକୁ ନିଗମ କର୍ମଚାରୀ ନିରଞ୍ଜନ ଭୂୟାଁ ପରିଚାଳନା କରିଥିଲେ | ଡାବୁଗାଁରୁ ଜି ବିନୋଦଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।