ଭଦ୍ରକ(ସଂଘର୍ଷ ନିଆଦିଆ ) : ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ମହାବିଦ୍ୟାଳୟରେ ଗତ କିଛି ଦିନ ହେବ ୧୮ ରୁ ୪୪ ବର୍ଷ ଯୁବକ , ମହିଳା , ବ୍ୟକ୍ତିଙ୍କୁ ଅଫ ଲାଇନ ଓ ଅନ ଲାଇନ ପଞ୍ଜିକରଣ କରିଥିବା ଲୋକ ମାନଙ୍କୁ ଟୀକା ପ୍ରଦାନ କରାଯାଉଥିଲା। ହେଲେ ଅଫ ଲାଇନ ଟୀକା ପ୍ରଦାନ ବେଳେ ଅଧିକ ଭିଡ଼ ଜମିବା ସହ ଠେଲା ପେଲା ଲାଗି ରହୁଥିଲା ଏବଂ ସମ ଦୂରତା ନରହିବା କୋଭିଡ ନୀୟମ ଉଲଂଘନ ହେବା ଯୋଗୁଁ ଆଜି କେବଳ ଅନ ଲାଇନ ପଞ୍ଜିକରଣ କରିଥିବା ବ୍ୟକ୍ତିଙ୍କୁ ଟୀକା ପ୍ରଦାନ କରାଯାଉଥିବାରୁ ଲୋକେ ସହଜରେ ଟୀକା ନେଉଛନ୍ତି। ଦିନକୁ ପ୍ରାୟ ୨୬୦ ରୁ ୩୦୦ ମଧ୍ୟରେ ଟୀକା ପ୍ରଦାନ କରାଯାଉଛି। ଟୀକା ପ୍ରଦାନ କାରୀ ସଦସ୍ୟା ଓ ଅନଲାଇନ ପଞ୍ଜି କରଣ କରୁଥିବା କର୍ମଚାରୀ ମାନେ ଟିକେ ଆଶ୍ୱସ୍ତି ହେବାର ଦେଖା ଯାଉଛି। ଭଣ୍ଡାରି ପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।